Latest Odisha News

BREAKING NEWS

Browsing Category

କବିତା

କବିତା : ବାପା

ସଞ୍ଜିତା ପ୍ରଧାନ  ବାପା ! ବ୍ରହ୍ମାଣ୍ଡର ଶ୍ରେଷ୍ଠ ଶବ୍ଦକୋଷ ସେଠି ଶବ୍ଦମାନେ ଯେତେଯେତେ କ୍ଲିଷ୍ଟ ଭାବାର୍ଥର ଗଭୀରତା ସେତେସେତେ ମିଷ୍ଟ । ସେଇ ଶବ୍ଦରେ ଗଢ଼ିହୁଏ ଅନେକ ଗପର ସହର କବିତାର ମନୋରମ ଗାଁ, ପଂକ୍ତିମାନେ ନିମିଷକେ ପାଲଟିଯାଆନ୍ତି ପ୍ରଜାପତି ଧାଡ଼ିସବୁ ମହୁମାଛି…

କବିତା : ଗୁମର

ରାମକୃଷ୍ଣ  ଏବେ ନୁହେଁ ଆମେ ବିଦାୟ ନେବାର କେତେ ବର୍ଷ ପରେ ହୁଏତ କେତେ ଶତାବ୍ଦୀ ପରେ ଯେତେବେଳେ ଆମର ବଂଶଧରମାନେ ଡେଣା ବାନ୍ଧି ବସବାସ କରୁଥିବେ ଆକାଶରେ ପାଚିଲା ଫଳ ପରି ଆମର ପୃଥିବୀ ଝଡିବ ଝଡିବ ହୋଇ ଝୁଲୁଥିବ ଶୂନ୍ୟରେ ସେତେବେଳେ ଫିଟିବ ସବୁ ଗୁମର ସେ ସବୁ ଦୃଶ୍ୟର ଯାହାକୁ…

ଅନୁବାଦ କବିତା : ତୁମେ ଜମା କାନ୍ଦ ନାହିଁ

ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ କି ଆଶ୍ଚର୍ଯ୍ୟ ତୁମେ ତ କେବେ ହେଲେ କାନ୍ଦିଲନି ଥରେ। ଛୋଟ ଛୋଟ ପୁଡ଼ିଆ ବାନ୍ଧି ଏ ଘରର କୋଣ ଅନୁକୋଣରେ ଛାଡ଼ି ଯାଇଛ ଯେଉଁ ସବୁ ମନସ୍ତାପ। ମୁଁ ଜଳି ଯାଉଛି ତା' ଧାସରେ। ୟେ ଏକ ପ୍ରକାର ଭଲ କାନରେ ଠିକ୍ ଶୁଭୁନାହିଁ, କିଏ କଣ କହିଲା…

କବିତା : ମୌସୁମୀ ଧରାରେ ହସେ

ରାଜ କିଶୋର ନାୟକ ଯୂଇ ଜାଇ ହେନା କଦମ୍ବ ଫୁଟନ୍ତି ବରଷା ତ ଯେବେ ଆସେ ବାସ ଚହଟାଇ ସଜ ମଲ୍ଲୀ ଫୁଲେ ମୌସୁମୀ ଧରାରେ ହସେ (୦) ଯାଇଛି ନିଦାଘ ଆସିଅଛି ଏବେ ଆଷାଢ ବରଷା ଟୋପା ଟୋପା ନୁହେଁ ସେତ ମୁକ୍ତାର ଝଲକ ଧରା ପୃଷ୍ଠ ଅପରୂପା ସବୁଜ ଘାସରେ ମୋତି ମାଣିକର ସତେକି ପସରା ବସେ…

କବିତା : ପ୍ରତୀକ୍ଷା

ପଞ୍ଚାନନ ମିଶ୍ର ମୁଁ ବସି ରହିଥିବି ଏଠି ଏଇ ନଈକୂଳେ ଚାହିଁ ରହିଥିବି ତମ ଫେରିବା ରାସ୍ତାକୁ ନଈ ସେପାରିରୁ । କିଛି ମୂହୁର୍ତ୍ତ ପରେ ଅବଶ୍ୟ ଦିଶିବ ନୌକାଟିଏ ସେ ନୌକାରେ ଜଣେ ଅନିନ୍ଦ୍ୟସୁନ୍ଦରୀ ତୁମ ପରି ଆସୁଥିବ ନୌକା ବାହି ଧୀରେ ଧୀରେ ହାତରେ ଥିବ ଆହୁଲା କାଟି କାଟି ଜଳର…

କବିତା : ଐଶାନ୍ୟ ଈଶ୍ୱର

ବଳରାମ ପୂଜାରୀ ପ୍ରୟାଣ ପାରିଧିରୁ ଫେରୁଥିଲେ ସବୁତକ ପ୍ରତାରିତ ପ୍ରାରବ୍ଧ , ଆଞୁଳାଏ ପରମାୟୁ ପ୍ରତୀକ୍ଷାରେ ବାଟବଣା ? ବାଟ ମାରଣିଆଁ ବେଣା ଚେରିଆ ନିଅଣ୍ଟିଆ ନିଃଶ୍ଵାସ ! ଅପହୃତ ଅଣନିଃଶ୍ବାସୀ ଏଠି ? ସବୁତକ ଆମନ୍ତ୍ରିତ ଅଣସ୍ଵିକୃତ ଆୟୁଷ ? ପହଡ଼ ପକାଉଥିଲେ, ଅମୁହାଁ…

କବିତା: ଅଦୃଶ୍ୟ ପ୍ରାଚୀର

ସଞ୍ଜିତା ପ୍ରଧାନ  ବିକଶିତ ପଥକୁ ଅବରୋଧ କରି କୁଟିଳ ଅଟ୍ଟହାସ୍ୟ ହସି ଦେଖ ସେ ଆଗେଇ ଯାଉଛି , ବିଶୃଙ୍ଖଳାର ଡିଣ୍ଡିମ ପିଟି ବାଧା ସୃଷ୍ଟି କରି ଚାଲିଛି , ସେ ଅପ୍ରତିମ , ଅପ୍ରତିଦ୍ବନ୍ଦୀ ସେ ବିଶ୍ଵରୂପୀ , ନିରାକାର ଅଦୃଶ୍ୟ ପ୍ରାଚୀର । କେତେବେଳ ଅନ୍ଧବିଶ୍ୱାସର ଦ୍ୱାହିଦେଇ ,…

ଅନୁବାଦ କବିତା : ବିପରୀତ ଉଚ୍ଚାରଣ

ମୂଳ ବଙ୍ଗଳା: ଆଲ୍ ମାହମୁଦ୍ ମୁଁ ପ୍ରକୃତିର ଭାଷା ବୁଝେ ଶବ୍ଦହୀନତା ମଧ୍ୟ ମୋ ପାଖରେ ବେଳେ ବେଳେ ବାଂମୟ ପିଲାଦିନେ ଗଛ, ମାଛ, ଚଢ଼େଇ, ଏବଂ ପତଙ୍ଗ ସହିତ କଥାବାର୍ତ୍ତା କରିବାରେ ମୁଁ ଅଭ୍ୟସ୍ତ ଓ ସେଇଟା ମୋର ଖୁବ୍ ପ୍ରିୟ। କିନ୍ତୁ ଅସୁବିଧା ହେଉଛି ମଣିଷକୁ ନେଇ ମୋର ଧାରଣା…

କବିତା : ମୁଁ ଛାର ମଣିଷ

ଭାରତୀ ସରିତା ମହାନ୍ତି ଲେଖିଥିଲ ଭାଗ୍ୟ ହେ ପରମେଶ୍ବର ସାଥୀ ହେବ ଆଖି ଲୁହ ମମତାର ମୂଲ ବୁଝିବେନି କେହି କାହିଁ ଜନ୍ମ ଦେଲ କୁହ। ଅମାବସ୍ୟା ପରେ ଆସଇ ପୂର୍ଣ୍ଣିମା ସୁଖ ପରେ ଆସେ ଦୁଃଖ ମଣିଷଟିଏ ଯେ ସାଜୁଛି ପଥର ତୁମକୁ ଲାଗୁଛି ସୁଖ। ପାପୀ ତରିଯାଏ ତୁମ ନାମ ଧରି କେମିତି…

କବିତା : ସ୍ବପ୍ନପ୍ରିୟା-ତୁମ ଗାଁ ବର୍ଷା

ପ୍ରଳୟ ନାୟକ ଉତ୍ତରରେ ହେଇ , ଏ ଦୂର ଦିଗଚକ୍ର ଛୁଇଁ ତୋ ଗାଁ ମଥାନରେ ମେଘ, ଆଉ ଏଠି….. ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ, ଶୁଣୁଛି ମୁଁ ଘୋର ବଜ୍ରନାଦ ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ, ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ ମୋତେ…