Latest Odisha News

BREAKING NEWS

Browsing Category

କବିତା

କବିତା : ଲହର

ମାନସ ରଞ୍ଜନ ମହାପାତ୍ର ତାରାର ଆକାଶ ନୁହେଁ ଦିଅ ଗୋଟେ ମାଟିର ଆକାଶ ପବନର ଶ୍ଵାସ ନୁହେଁ ଦିଅ ମୁଠେ ଫୁଲର ବିଶ୍ଵାସ ସମୁଦ୍ରରେ ଭେଳା ବାନ୍ଧି ଦିଗବିଜୟର ସ୍ଵପ୍ନ ସରିଯିବା ଆରମ୍ଭୁ ଏଇଠୁ ନାବିକର ଫେରନ୍ତା ସଙ୍ଗୀତ ପର୍ବତର ପାଦତଳେ ଠିଆ ହୋଇ ଆକାଶ ଆରୋହିବାର ବିନୀତ ଆବେଗ…

ଅନୁବାଦ କବିତା : ପୋଦିନା

ମୂଳ ରଚନା : ସେମୁସ୍ ହିନି ଘରକୁ ଲାଗିଥିବା ତିନିକୋଣିଆ ଜାଗାଟିରେ, ଯେଉଁଠି ଆମେ ଯାବତୀୟ ଅଳିଆ ଓ ଖାଲି ବୋତଲ ଜମା କରୁଥିଲୁ, ମେଞ୍ଚାଏ ଅରମା ଘାସ ଭଳି ଛୋଟ ଛୋଟ ଧୂଳି ଧୂସରିତ ବିଛୁଆତି ଚାରାଗୁଡ଼ିକ ଆମ ନଜର ଏଡାଇ ଅସବୁଜ ଆବର୍ଜନା ପରି ଅତି ବିରକ୍ତିକର ଭାବରେ ମୁଣ୍ଡ…

କବିତା : ନିର୍ଜନ ତରୁଣୀ

✍? ତେଜସ୍ୱିନୀ ପଣ୍ଡା ଇସ୍ ! ପୃଥିବୀ ଆଜି ଶ୍ମଶାନ, ସାଗର ଆଜି ଶୂନ୍‌ଶାନ୍, ଘଞ୍ଚ କାନନରେ ଶ୍ଵାପଦକୁଳର ସମାଚାର । ରକ୍ଷା.. ରକ୍ଷା ଏ ମନୁଷ୍ୟ ଜଗତକୁ.. ସବୁ ମଝିରେ ଭେଦି ଯାଉଥିବା ମୁଁ ଗୋଟେ ନିର୍ବାସିତା ତରୁଣୀ । କେବେ ନିର୍ଜନରେ ବସି ଦେଖେ ସାମାଜିକ ହିଂସାର କାଳାନଳ ତ…

କବିତା : ବାହୁଡ଼ି ଆସ

ବନ୍ଦନା ପଣ୍ଡା  ସମସ୍ତେ କହୁଛନ୍ତି ଆଜି ମୁଁ କୁଆଡ଼େ ଅତି ମନଲୋଭା ଦିଶୁଛି ମୁଖରେ ମୋ ଝଟକୁଛି ଅସ୍ତରବି ଚନ୍ଦ୍ରମାର ସ୍ୱର୍ଣ୍ଣ ନାଲି ଆଭା... ପ୍ରଭୁ ମୋର! ବାହୁଡ଼ି ଆସ ଦେଉଳକୁ ଆମ ଦଶ ଦିନ କଣ କମ୍ ହେଲାଣି? ରାତି ରାତି ଉଜାଗର ରହି ସତରେ, ଦଶଟା ଯୁଗ ବିତିଲାଣି...!…

କବିତା : ଆସ୍ଥା ଟୋପାଏ ଆଲୋକର

ସୁଜାତା ମିଶ୍ର ରାତିର ଆଖିରୁ ଲୁହ ଝରି ଯାଉଛି ରଜନୀଗନ୍ଧାର ପଣତରେ.., ମୌସୁମୀର ବୁକୁ ସାରା ହାହାକାରର ଜଳ କଣା, ଅବ୍ୟକ୍ତ ଦୁଃଖମାନେ ଝୁଲୁଛନ୍ତି କଦମ୍ବ ଫୁଲର ବାସ୍ନାରେ.. ସମୟର ପାଦ ଚିହ୍ନ ଭିତରୁ କିଏ ଉଠାଇ ନେଉଛି ନିଖୋଜ ମଣିଷର ଛାଇ...., ଅଣସର ଘରେ କୁହାଟ ମାରୁଛି…

କବିତା : ରଥାରୁଢ ମହାପ୍ରଭୁ

ଶୁଭ୍ରାଂଶୁ ଶେଖର ମାହୁନ୍ତ ରଥାରୁଢ ହେବୁ କାଳିଆ ସାଆନ୍ତ ଭାଇ ଭଉଣୀଙ୍କୁ ନେଇ, ଗୁଣ୍ଡିଚା ମାଉସୀ ଅତି ସରାଗରେ ବସିଅଛି ବାଟ ଚାହିଁ । ସ୍ବନେତ୍ରରେ ତୋତେ ନନ୍ଦିଘୋଷେ ଦେଖି ହୋଇବେ ଭକ୍ତ ବିଭୋର, ଶରଧା ବାଲିକୁ ମୁଣ୍ଡରେ ଲଗେଇ ପାଇବେ ଖୁସି ଅପାର । କରୋନା ଭୟରେ ଗତ ଦୁଇବର୍ଷ…

ଅନୁବାଦ କବିତା : ନିର୍ବାସିତା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ନିର୍ବାସିତା, ନିର୍ବାସିତା ମୁଁ ତୁମକୁ ଡାକିଚାଲେ ବାରମ୍ବାର ସହରର ଘୁମନ୍ତ ରାତିରେ କେହି ହେଲେ ନାହିଁ ଉଜାଗର ରାତ୍ରି ବି ତ ଅଚେତନ ନିଦର ନିଶାରେ ମୋହାଛନ୍ନ ଅନିଦ୍ରାରେ ଚଷମାରେ ଆଖି ଢାଙ୍କି ମୁଁ ଖାଲି ଡାକି ଚାଲେ ନିର୍ବାସିତା,…

କବିତା : ରଥ ଦଉଡ଼ିରୁ ହାତେ

ରାଜ କିଶୋର ଦାସ ବଡ଼ ଦାଣ୍ଡରେ ଛିଡ଼ା ହୋଇ ଯିଏ ଯାହା ଯେତେ ମାଗୁ ପଛେ ଜଗା, ମୁଁ ମାଗୁଛି ତୋ ରଥ ଦୌଉଡ଼ିରୁ ହାତେ ! ମୁଁ ଜାଣିଛି ତୋ ଦଉଡ଼ିରେ ଚୁମ୍ବକ ଅଛି ଟାଣି ନେଉଛି କୋଟି କୋଟି ହାତକୁ ଚୁମ୍ବକୀୟ ଶକ୍ତିରେ ଜାତି ଅଜାତି, ଉଚ୍ଚନୀଚର ଭେଦ ଭାବ ନାହିଁ, ସ୍ନେହ ପ୍ରେମର…

କବିତା : ଗୋଟିଏ ପ୍ରାର୍ଥନା

ରବି ପଣ୍ଡା ଦାରୁ ଭିତରେ ବ୍ରହ୍ମ ନା ବ୍ରହ୍ମ ଭିତରେ ଦାରୁ ବୁଝିପାରେନା ମୂଢଜନ। ବ୍ରହ୍ମ-ଦାରୁ ହେଉ କି ନହେଉ ସେ ଜ୍ଞାନରୁ ଜ୍ଞାନାତୀତ, ଇନ୍ଦ୍ରିୟରୁ ଅତିନ୍ଦ୍ରୀୟ ଦ୍ରୁଶ୍ୟରୁ ଅଦ୍ରୁଶ୍ୟ ଓ ଅଦ୍ରୁଶ୍ୟରୁ ସାକାର ସ୍ୱରୂପ। ଏସବୁ ରହସ୍ଯ ଭିତରେ ଗୋପ୍ୟ ରହି ଯାଏ ଅନ୍ୱେଷଣ।…

କବିତା : ଏଥର ବି ଅପେକ୍ଷା

ସଂଘମିତ୍ରା ରାଏଗୁରୁ ହେ ସ୍ରଷ୍ଟା ! ତୁ କି ଦେଖିନୁ କ'ଣରୁ କ'ଣ ପାଲଟିଯାଇଛି ତୋ ହାତଗଢା ସୃଷ୍ଟି ଆଶ୍ଚର୍ଯ୍ୟ ! ଏତେ ପରେ ବି ତୋ ନୀରବତା ଅସମ୍ଭବ ଜଡତା କିଏ ଜାଣେ କି ଲାଗି ଏ ବେପରୁଆ ନୀତି ତଥାପି , ଫି ଥର ପରି ଏଥର ବି ଆଶାର ଦୀପଟେ ଜାଳିଛି ନନ୍ଦିଘୋଷକୁ ଅପେକ୍ଷା…