Latest Odisha News

BREAKING NEWS

Browsing Category

କବିତା

ବୋଉ

ବୋଉ ସରୋଜ ମହାପାତ୍ର ବାରମ୍ବାର ପୁଅମାନଙ୍କ ଅବହେଳା ଓ ହରକତ କଥା ଶୁଣି ବେଳେବେଳେ ବୋଉ ମୋର ବି ଭାବୁଥାଇପାରେ - ଏ ଟୋକାଟା ତ ଅଫିସ କାମ ଆଳରେ ଅନେକ ଦିନ ହେଲା ଘରମୁହାଁ ହେଇନି! ରାଜଧାନୀରେ ରହୁଚି ସମତେ କହୁଚନ୍ତି, ସାହେବ ହେଇଚି । ସେ ଯାହା ହେଉ ମଝିରେ ମଝିରେ ମୋ…

ପ୍ରେମକଣ୍ଢେଇ

ପ୍ରେମକଣ୍ଢେଇ ସୋନାଲି ସ୍ୱାଇଁ ତତେ ଲାଜ ପସନ୍ଦ ବୋଲି ଲାଜ କ'ଣ ନ ଜାଣି ବି ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି ତୁ ତାକୁ କେତେ ଆଦର କରୁ ବାସ ତୋ ପ୍ରେମଟିକକ…

ପ୍ରେମ

ପ୍ରେମ ମାନିନୀ ମିଶ୍ର ପ୍ରେମିକା - ବିବସ୍ତ୍ରା ଧାଡି ଆଉ ଶବ୍ଦର ଅନ୍ଧାର ବୋଝେଇ ଜାହାଜର ମାସ୍ତୁଲ ଧରି ଛିଡା ହୋଇଥବା ଟାଇଟାନିକ ପୋଜ ଯେଉଁଠି ରାତି ମାନେ ରତି, ରତି ମାନେ ରାତି ସେଠି ବେଖାତିର କରିହୁଏ ଲୁଣାସମୁଦ୍ରର ଛୁନ୍ଚିଆ ଛୁଆଁ ସେଠି ବେଖାତିର କରିହୁଏ ରକ୍ତଲୋଭୀ ତିମିର…

ପ୍ରେମର ଲଘୁଚାପ

ପ୍ରେମର ଲଘୁଚାପ ଲୋପାମୁଦ୍ରା ନାୟକ ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ ବାଡି ପଛକଡ ଗାଡିଆର ପାଣି ଠେସି ହୋଇ ଏବେ ମୋ ଘର ଦୁଆରେ ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର ପଚିସାରିଛି ପ୍ରତିଟି ନଡାର ଜୀବକୋଷ ତଳ-ଉପର…

ମା

ମା ଇନ୍ଦିରା ଦାଶ ଅପରାହ୍ନର ଲେଉଟାଣି ଖରା ଏବେ ତୋ ଶରୀରରେ ଲେଖିଦେଇଛି ତୋର ବୟସ ଧୂସର ଅକ୍ଷରରେ କପାଳରେ ବାର୍ଦ୍ଧକ୍ୟର କରୁଣ କୁଞ୍ଚନ ଲୁହ ଓ ହସରେ ଦେହରେ ବିତେଇଥିବା ଦିନ, ମାସ, ବର୍ଷର ଜୀର୍ଣ୍ଣ ପରିଧାନ । ମା’ ହେଲାପରେ ବୁଝିପାରୁଛି ‘ମା’ ପଣର ଅସହାୟତା ସ୍ନେହ,…

ଦର୍ପଣ-୯

ଦର୍ପଣ-୯ ଈପ୍‍ସିତା ଷଡ଼ଙ୍ଗୀ ଏ ଭିତରେ ଚାଲ ଆମେ ଶବ୍ଦ କୋଷଟେ ରଚିବା ଆମର, ସେଥିରେ ଥିବ ଅସଂଖ୍ୟ ସଂକେତ ସେ ଚିହ୍ନକୁ ବୁଝିବ ତୁମେ ବୁଝିବି ମୁଁ ହିଁ କେବଳ । କହ ଏବେ, କେଉଁ ପରି ଚିହ୍ନ କରିବା ଫୁଲ ପାଇଁ କି ଚିହ୍ନରେ ମନ, କି ଚିହ୍ନରେ ହୃଦୟ, ଦୁଃଖ, ସମୟ ଅଭିମାନ କି କି…

ନିଜ ପାଇଁ ନାନାବାୟା

ନିଜ ପାଇଁ ନାନାବାୟା ରତ୍ନମାଳା ସ୍ୱାଇଁ ଆଜି ରାତିରେ ଇଚ୍ଛାହଉଚି ଚାଲିଯିବାକୁ ତୋ ପାଖକୁ । କୁନିଛୁଆଟିଏ ପରି ଜାକିଜୁକି ହେଇ ଶୋଇ ପଡ଼ିବାକୁ ତୋରି କୋଳରେ । ଆଜି ରାତିରେ ଲୋଡ଼ାପଡ଼ୁଚି ପିଠିଥାପୁଡ଼ା ଧୋ’ରେ ବାଇଆ ଗୀତ ଜହ୍ନମାମୁଁର ଛାଇ ମାମୁଁଘର ଗାଁ ଅଙ୍କାବଙ୍କା ନଈ ।…

ଡର

ଡର ଆଶିଷ କୁମାର ମିଶ୍ର ତତେ ଯାହା ଦେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଲାଗୁଛି ନିଜକୁ ହିଁ ଦେଲି ! ତୋ ଲୁହ ମୋ ଆଖିରେ ପଶୁଛି ଦରଜ ତୋ ପଶୁଛି ଛାତିରେ, ହସ ମଳିଚିଆ ଓଠରେ ଏମିତିକି ବେଳେବେଳେ କେବଳ ଭାବୁଛି ନିଜକଥା ନିଜକୁ ହିଁ ଭଲପାଇ ବସୁଛି। ଗଢୁଛି ତୋର ମୂର୍ତ୍ତିଟିଏ ତ ସେ…

ଛୁଇଁଯାଉଥିଲା…

ଛୁଇଁଯାଉଥିଲା... ପ୍ରୀତି ପ୍ରତୀକ୍ଷା ବେଦନାସିକ୍ତ ଜୀବନ ଭିତରେ କାହାରି ନା କାହାରି ଟିକିଏ ଭଲପାଇବା, ଟିକିଏ ପ୍ରେମ, ଟିକିଏ ସ୍ନେହ, ପ୍ରଗାଢ ମୋହରେ ବୁଣିଦେଉଥିଲା ବଂଚିବାର ରାହାଟିଏ ! ଉଜୁଡ଼ା କ୍ଷେତରେ ସଜଡା ଫସଲ ଦୂରତାର ବିଡମ୍ବନା... ସଂପର୍କର ବିଶ୍ୱାସସବୁ ଧୋକା…

ଅଧା ଆକାଶର ଈଶ୍ୱରୀ

ଅଧା ଆକାଶର ଈଶ୍ୱରୀ ପ୍ରଜ୍ଞାଶ୍ରୀ ରଥ ମୋର ଇଚ୍ଛା ଇଚ୍ଛାମୟ! ମୁଁ ତୁମକୁ ଗଢ଼ନ୍ତି ନିଜ ଇଚ୍ଛାମତେ... ଦିଅନ୍ତି ତୁମକୁ ପାହୁନଥିବା ରାତିର ଅନ୍ଧାରରଙ୍ଗ ଫିକା ଆକାଶର ନୀଳକପାଳ ଲିଭାଇ ଦିଅନ୍ତି ମୋ ଭାଗ୍ୟରେଖା ଖାସ୍‍ ତମ ପାଇଁ ଆଙ୍କିବାକୁ ଦିଗ୍‍ବଳୟର ଭ୍ରୂଲତା... ସବୁ…