Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୪  ମୂଳ ଉର୍ଦ୍ଦୁୁ : ଗୁଲଜାର  ବେଳବେଳେ ଜୀବନ ଘାଇଲା ବାଘଟିଏ ପରି ଡେଇଁ କୁଦି ଆଗକୁ ଧାଇଁ ଚାଲିଥାଏ । ଆଉ ପଛରେ ରହିଯାଇଥାଏ ପାଦଚିହ୍ନ । ଯଦି କେହି ସେଇ ପାଦଚିହ୍ନକୁ ଗୋଟିଏ ସରଳ ରେଖାରେ ଟାଣି ଯୋଡ଼ିବାକୁ ଚାହେଁ, ସେଥିରୁ ଏକ…

ଭାଷା ଭାଗବତ : ଶବ୍ଦର ଗଠନ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୮  ଗଠନ ପ୍ରକ୍ରିୟା ଶବ୍ଦର ଯୋଗ ଓ ବିଯୋଗ ନିର୍ଭର ' ବି ' ଯୁକ୍ତ ହେବା ହେତୁ ' ଯୋଗ ' ସଂଭୂତ ହୁଅଇ ' ବିଯୋଗ ' ତଦ୍ରୂପ ' ସୁଯୋଗ, ଦୁର୍ଯୋଗ ଅଭିଯୋଗ ଓ ଉପଯୋଗ ' ' ତତ୍ତ୍ବ ' ରୁ ' ତ୍ବ ' ନେଲେ ଫେଡ଼ି ' ତତ୍‌ ' ଏକାକୀ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୯୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୧ ତୁମେ କିଛି ଭୂଲ୍ କରିନାହଁ । ଭୁଲିଯାଅ ନାହିଁ ସେଥିରେ ତୁମ ସହିତ ମୁଁ ବି ସମପରିମାଣରେ ଭାଗୀଦାର ଥିଲି । ବରଂ ମୋ’ର ପାଦ ଆଗ ଖସିଥିଲା । ଆମେ ମଣିଷ । ରକ୍ତ ମାଂସରେ ଗଢା ଆମ ଶରୀର । ଆବେଗ ଅଛି, ଭାବପ୍ରବଣତା ଅଛି…

କବିତା : ଉର୍ଦ୍ଧ୍ବ ଉଡ଼ାଣ

ବଳରାମ ପୂଜାରୀ ଏଇ ତ ସବୁଜିଆ ସ୍ୱର୍ଗ ପାଦତଳେ ପରସ୍ତ ପରସ୍ତ ପରିସ୍ଥିତି, ମଥାନ ଉପରେ ନୀଳଲେସା ସ୍ୱପ୍ନ, ଆମ ଧାରେ ହସରେ ଫିକ୍ କିନା ହସିଦିଏ ଝରଣା, ପାହାଡର ଛାତି କୁରୁଳେ , ଅଟକି ଯାଆନ୍ତି, ଗର୍ଭମୁକ୍ତ ମେଘମାନେ ସବୁ ଅଭାବିପଣ ଏଇଠି ଆଣ୍ଠେଇପଡେ , ସବୁ ଜଞାଳ, ସବୁ…

କବିତା : ପ୍ରେମ

ଅଜୟ କୁମାର ମହାନ୍ତି  ପ୍ରେମର ରଙ୍ଗ କଣ ନିଆଁରେ ଚମକୁଥିଵା ସୁନା ଅଙ୍ଗାର ପରି ସାଧାରଣ ଆକାଶ ଅନନ୍ଯ ଶ୍ୟାମଳ ଅରୁଣିମା ଅସ୍ତରାଗର।। କେମିତି ତାର ଭାଷା କେଉଁ ଆଦିମ ନୀରବତା ଇନ୍ଦ୍ରିୟଙ୍କ ଯାଦୁଟୋନା ଅନ୍ଧମାନଙ୍କ ଲେଖା ବ୍ରେଲି ଅପହଞ୍ଚ ଛୁଏଁ ଅନଲାଇନ୍। ପ୍ରେମର କି ଥାଏ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୯୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୦  କ'ଣ ଧିକ୍କାର କରିବ! ସେ ଦିନର ଘଟଣା ପାଇଁ ସୁବିଧାବାଦୀ, ସ୍ୱାର୍ଥବାଦୀର ଆଖ୍ୟା ଦେବ । ଦେଉ ସେ ସହିଯିବ । ସେ ଜାଣେ, ଜାଣି ଜାଣି କିଛି କରିନାହିଁ । ସମୟ ଚକ୍ରରେ ଯାହା ଘଟିଗଲା, ତା’ ଥିଲା ଏକ ପ୍ରବାହ ।…

ଅନୁବାଦ କବିତା : ତ୍ରିଭୁଜ

ମୂଳ ରଚନା : ଜୟ ଗୋସ୍ୱାମୀ ମରିବା ପୁର୍ବରୁ ତୁମେ ଆଉଥରେ ମୋର ରକ୍ତ ପିଅ। କୋକିଶିଆଳିର ସେଇ ପଞ୍ଝା ଦୁଇଟି ମୋ ଛାତି ଉପରେ ରଖି , ନାକଟାକୁ ମୋ ପଞ୍ଜରା ହାଡ଼ ମଝିରେ ପୁରାଇ ଦେଇ ରକ୍ତ ଟାଣିବାର ସେଇ ସଁ ସଁ ଚଁ ଚଁ ଶବ୍ଦ ଏତେ ବର୍ଷ ପରେ ବି ମୁଁ ଭୁଲି ପାରିନାହିଁ। କିନ୍ତୁ,…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୯  ଗାଡ଼ି ରଖିଲା କୁମାର । ଭିତରେ ଆରାଧ୍ୟା ଅପେକ୍ଷା କରିଛି । ଏଇଟା ସେଇ ମନ୍ଦିର ଯେଉଁଠି ଦିନେ ଆରାଧ୍ୟା ହିଁ ମ୍ୟାଡ଼ମ୍ ନୁହେଁ “ଅରୁ” ଡାକ ବୋଲି ବାଧ୍ୟ କରିଥିଲା । ତା’ ସମ୍ପର୍କର ନୂଆ ରୂପ ମିଳିଥିଲା ସେ ଦିନ ।…

ଭାଷା ଭାଗବତ : ସତ୍ୟାସୀନ ବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୬  ସତ୍ୟକୁ ଦେଖୁଁ, ବୁଝୁଁ, ଜାଣୁଁ ଅସତ୍ୟ କଥା ଶୁଣି ମାନୁଁ ଏପରି ବୋକାମିରୁ ମୁକ୍ତି ପାଇବା ଚେଷ୍ଟା କରୁ ବ୍ୟକ୍ତି ବ୍ୟକ୍ତିକୁ ଶକ୍ତି ଦେଉ ବ୍ୟକ୍ତି ଯାହାକୁ କରୁଛୁଁ ଗୁହାରି ସେ କଥା ଶୁଣେନି କାହାରି ତେବେ ବି କରୁଛୁଁ…