Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇଲିସି ଧରିବାକୁ ଯାଇ ସପ୍ତାହେ ହେଲା ୧୫ ମତ୍ସ୍ୟଜୀବୀ ନିଖୋଜ;ରହିଛନ୍ତି ୩ ଓଡ଼ିଆ

ଚନ୍ଦନେଶ୍ୱର:ସପ୍ତାହେ ହେଲାଣି ୧୫ଜଣ ମତ୍ସ୍ୟଜୀବୀଙ୍କ ମିଳୁନାହିଁ ପତ୍ତା । ସେମାନଙ୍କ ମଧ୍ୟରେ ଓଡ଼ିଶାର ୩ଜଣ ଥିବା ଜଣାପଡିଛି । ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଉଲୁଡା ଗାଁର ଗୋଟିଏ ପରିବାରର ୩ ଭାଇ ନିଖୋଜ ରହିଛନ୍ତି । ତେବେ ଉଦ୍ଧାର ଏବଂ ତଦନ୍ତ ପାଇଁ ସରକାରଙ୍କୁ ନିବେଦନ…

ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ: ମିଳିଲା ‘LoA’ର ସବୁଜ ସଙ୍କେତ

ଭୁବନେଶ୍ୱର: ଭାରତର ସାମୁଦ୍ରିକ ମତ୍ସ୍ୟକ୍ଷେତ୍ର ଓ ପ୍ରଗତିଶୀଳ ‘ନୀଳ ଅର୍ଥବ୍ୟବସ୍ଥା’ (Blue Economy) ଇତିହାସରେ ଯୋଡ଼ି ହେଲା ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ଭବ୍ୟ ଜାତୀୟସ୍ତରର…

ସରକାରଙ୍କ ବଡ଼ ଘୋଷଣା: ଠିକା କର୍ମଚାରୀ ହେବେ ନିୟମିତ

ଭୁବନେଶ୍ୱର: ଏବେ ଠିକା କର୍ମଚାରୀ ହେବେ ନିୟମିତ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଅନେକ ବର୍ଷ ଧରି କମ କରୁଥିବା ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିଲା । ଆଉ ସରକାର ଏହାକୁ ଗୁରୁତର ସହ ନେବା ସହ ନିଷ୍ପତ୍ତି ଶୁଣାଇଛନ୍ତି । ଏନେଇ ବିଭାଗୀୟ ଅତିରିକ୍ତ ସଚିବ ଏକ…

Hirakud Water Row: ହୀରାକୁଦ ଜଳ ପରିଚାଳନାରେ ଛତିଶଗଡ଼ର ମନମାନି? ବଢ଼ିଲା ଅସନ୍ତୋଷ…

ସମ୍ବଲପୁର: ଗୁରୁବାର ହୀରାକୁଦରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ବର୍ଷା ଋତୁରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ହୀରାକୁଦରୁ ଜଳ ନିଷ୍କାସନ ସାଧାରଣ ପ୍ରକ୍ରିୟା ହୋଇଥିଲେ ମଧ୍ୟ, ଚଳିତ ବର୍ଷ ଏହାକୁ ନେଇ ଆଉ ଏକ ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜ୍ୟ…

ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ବିଏମସିର ବଡ଼ ଆକ୍ସନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଦିଆଯାଇଛି ସର୍ବୋଚ୍ଚ ପ୍ରାଥମିକତା। ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନେଇଛି ବଡ଼ ପଦକ୍ଷେପ । ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା ଉଚ୍ଚ…

ଆସୁଛି ଆଉ ଏକ ଲଘୁଚାପ: ୧୨ ଯାଏଁ ଭିଜିବ ଓଡ଼ିଶା, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ। । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କୁ ଗିରଫ କରିଛି। ତାଙ୍କ ସହ ଜଡିତ ସମ୍ପତ୍ତିରେ ଏକକାଳୀନ ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଭିଜିଲାନ୍ସ ଅଧିକାରୀମାନେ…

ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ, ପୂଜାପାଠ ପରେ ଖୋଲିଲା ୭ ନମ୍ବର ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର: ବାଜିଲା ସାଇରନ୍ । ଖୋଲିଲା ହୀରାକୁଦ ୭ ନମ୍ବର ସ୍ଲୁଇସ୍ ଗେଟ୍। ମହାନଦୀକୁ ଛଡ଼ାଗଲା ବର୍ଷ ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରଥମ ଗେଟ ଖୋଲିଛନ୍ତି ।…

ଅ-ତିଥିରେ ରଥାଯାତ୍ରା ଉପରେ ଗଜପତିଙ୍କ ଅନୁରୋଧକୁ ଇସ୍କନର ସିଧା ସିଧା ବେଖାତିର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା ଓ ଅଦିନିଆ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ନେଇ ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍କନ । ଗତ ୪…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଲଞ୍ଚ

ଖୋର୍ଦ୍ଧା: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ। ଯାନ୍ତ୍ରିକ ତ୍ରୁଟି କାରଣରୁ ୧ ଘଣ୍ଟା ଧରି ଅଟକି ରହିଥିଲା ଲଞ୍ଚ। ୫୦ରୁ ଅଧିକ ଯାତ୍ରୀ ନେଇ ବାଲୁଗାଁରୁ କୃଷ୍ଣପ୍ରସାଦ ଅଭିମୁଖେ ଯାଉଥିଲା ଉକ୍ତ ଲଞ୍ଚ। ପବନର ବେଗ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରୁନଥିଲା। ଉଦବେଗଜନକ…