Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦେଶରେ ସଂଶୋଧିତ ୱାକଫ ଆଇନ ଲାଗୁ; ପ୍ରତ୍ୟାହାର ଦାବିରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପରିସ୍ଥିତି

ନୂଆଦିଲ୍ଲୀ: ଆଜିଠାରୁ(ମଙ୍ଗଳବାର) ସାରା ଦେଶରେ ୱାକଫ (ସଂଶୋଧନ) ଆଇନ ୨୦୨୫ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସଂସଦରେ ପାରିତ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଲାଗୁ ହେଲା ସଂଶୋଧିତ ୱାକଫ ଆଇନ । ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ…

ମେରାମଣ୍ଡଳୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି

ଭୁବନେଶ୍ୱର: ମେରାମଣ୍ଡଳୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି । ବୁଢାପଙ୍କ-ଶାଳଗାଁ ୩ୟ ଏବଂ ୪ର୍ଥ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନରେ ହିନ୍ଦୋଳ ରୋଡ଼ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ ୨୭.୨୮ କିଲୋମିଟର ଦୈର୍ଘ୍ୟ…

ଦିଲ୍ଲୀରେ ୧୩ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍‌ଭେଷ୍ଟର୍‌ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ତାଜ୍ ପ୍ୟାଲେସ୍ ଠାରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି…

ପ୍ରଶାସନର ଉଦ୍ୟମ ହେଲା ସଫଳ; ୨୫ ବର୍ଷ ପରେ ଗାଁକୁ ଫେରିଲେ ବିତାଡିତ ୫୦ ପରିବାର

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଆସିକା ଥାନା ବାଲିଛାଇ ଗାଁରେ ୨୦୦୦ ମସିହାରେ ଗୋଷ୍ଠୀ ବିବାଦ ହୋଇଥିଲା । ବିବାଦ ଏତେ ମାତ୍ରାରେ ଉଗ୍ର ହୋଇଥିଲା ଯେ ଗାଁରୁ ୫୦ଟି ପରିବାରକୁ ବିତାଡିତ କରାଯାଇଥିଲା । ଏବେ ଏହି ଗୋଷ୍ଠୀ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ୨୫ ବର୍ଷ ପରେ ଭିଟାମାଟିକୁ ଫେରିଛନ୍ତି…

ଜୟପୁର ସିରିଏଲ ବୋମା ବିସ୍ଫୋରଣ ମାମଲା; ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ମାମଲାର ସମସ୍ତ ଦୋଷୀଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୟପୁରରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ସମୟରେ ମିଳିଥିବା ଜୀବନ୍ତ ବୋମା ମାମଲାରେ କୋର୍ଟ ଦୁଇ ଦିନ ପୂର୍ବରୁ ଏହି ଚାରି…

ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ

ବାଲେଶ୍ବର: ବାଲେଶ୍ବର ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ଯଶୋଦା ଦାସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେ ୨୦୨୩ରେ ଚାକିରିରେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ଆଜି…

ଓଇଆରସିର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଭାବେ ଶପଥ ନେଲେ ପ୍ରଦୀପ କୁମାର ଜେନା । ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. କମ୍ଭମ୍‌ପତି ଶ୍ରୀ ଜେନାଙ୍କୁ…

ମା’ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାଆ ତାରାତାରିଣୀ ଶକ୍ତିପୀଠ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି…

ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଯାଜପୁର: ଯାଜପୁର ବ୍ଲକ ପଣସା ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ୱାଡ ମେମ୍ବର । ଉକ୍ତ ପଞ୍ଚାୟତର କୌଣସି ଉନ୍ନୟମୂଳକ କାର୍ଯ୍ୟ ହେଉ ନ ଥିବାରୁ ନିର୍ବାଚିତ ୱାଡ ମେମ୍ବର ମାନେ ଦୁଃଖ ପ୍ରକାଶ କରି ସରପଞ୍ଚ କୁଳମଣୀ ପରିଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ…

ବିଜେପି ନେତାଙ୍କ ଘରେ ଗ୍ରେନେଡ୍ ମାଡ; ଆକ୍ରମଣ ପଛରେ ଖାଲିସ୍ତାନ ଆତଙ୍କବାଦୀ ସଂଗଠନ

ପଞ୍ଜାବ: ଜଳନ୍ଧରରେ ବିଜେପି ନେତା ମନୋରଞ୍ଜନ କାଲିୟାଙ୍କ ଘର ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣର ତଦନ୍ତ କରାଯାଉଛି। ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ହାପି ପାସିୟା। । ପାସିୟା ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ଆକ୍ରମଣ ବିଷୟରେ ସୂଚନା…