Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ଦୁଃଖ ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ୧୮ ବର୍ଷୀୟ ନେପାଳୀ ଛାତ୍ରୀ(ପ୍ରୀଶା ଶାହା)ଙ୍କ ଆତ୍ମହତ୍ୟା ଘଟଣା ଗୁରୁବାର ରାତିରେ ସାମ୍ନାକୁ ଆସିଛି। ପ୍ରଥମ ବର୍ଷର ଏହି ଛାତ୍ରୀଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ର ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ତୁରନ୍ତ ତାଙ୍କୁ କିମ୍ସ…

ପାରାଦୀପରେ ହେବ ନୂଆ ଏୟାରପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ "ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା" ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏହି ବୈଠକରେ ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା…

ମେ ୫ରେ ସବୁ ଜିଲ୍ଲାରେ ହେବ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆଗାମୀ ମେ ୫ରେ ସବୁ ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଥିସହିତ ସମସ୍ୟାର ସମାଧାନ ନେଇ ମଧ୍ୟ ଓଡ଼ିଶା ସରକାର ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ସୂଚନା ଅନୁଯାୟୀ, ଏହି ଶୁଣାଣି କାର୍ଯ୍ୟକ୍ରମ ପାଇଁ…

ରଥଯାତ୍ରା ସମୟରେ ଗଡିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍, ଭକ୍ତଙ୍କ ପାଇଁ କରାଯିବ ୫ଲକ୍ଷ ଟଙ୍କାର ବୀମା

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭାରମ୍ଭ ହୋଇଛି ।  ଆସନ୍ତା ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି…

କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ଏହି ସମୟରେ ଅଫିସିଆଲ ୱେବସାଇଟ୍‌ରୁ ଫଳାଫଳ ଦେଖିପାରିବେ..

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ମେ ଦୁଇ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଅପରାହ୍ମ ୪ଟାରେ ବୋର୍ଡ ଅଫିସ୍‌ରେ ପ୍ରକାଶ ପାଇବ ରେଜଲ୍ଟ । ସନ୍ଧ୍ୟା ୬ଟା ପରେ ଏହା ମାଧ୍ୟମିକ ଶିକ୍ଷାପରିଷଦର ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ । www. bseodisha.ac.in ମାଟ୍ରିକ…

ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ କଥା ହେଲେ ରାଜନାଥ ସିଂହ; ଏହି ପ୍ରସଙ୍ଗକୁ ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଭୟରେ ଅଛି ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି ସମୟ ମଧ୍ୟରେ ଆଜି (ଗୁରୁବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ପ୍ରତିରକ୍ଷା ସଚିବଙ୍କ ପିଟ୍ ହେଗସେଥଙ୍କ ସହ…

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବା ନେଇ ମିଛ ଭାଇରାଲ; ସ୍ପଷ୍ଟ କଲା ବୋର୍ଡ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ମେ ୨ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ପାଇବା ନେଇ ଯେଉଁ ଖବର ସବୁ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟରେ ଭାଇରାଲ ହେଉଛି ସେ ସବୁ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ସିବିଏସଇ ଅଧିକାରୀ ଦାବି କରିଛନ୍ତି। ଫଳାଫଳ ବାହାରିବାର…

ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟଙ୍କ ପତ୍ନୀ କାଶ୍ମୀରୀଙ୍କୁ ନେଇ କହିଲେ ଏମିତି….

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ପତ୍ନୀ ହିମାଂଶୀ ନରୱାଲ ମାନବତାର ଏକ ବାର୍ତ୍ତା ଦେଇଛନ୍ତି। ସ୍ୱାମୀଙ୍କୁ ହରାଇଥିବା ହିମାଂଶୀ କହିଛନ୍ତି ଯେ, ଆମେ ଚାହୁଁନାହୁଁ ଯେ ଲୋକମାନେ ମୁସଲମାନ କିମ୍ବା କାଶ୍ମୀରୀଙ୍କ ବିରୁଦ୍ଧରେ ଯାଆନ୍ତୁ।…

ଭୁବନେଶ୍ବରରେ ୨ଟି ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ…

ଗର୍ଜିଲେ ଅମିତ ଶାହ: ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଖୋଜି ଖୋଜି ମାରିବୁ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ "ଯୁଦ୍ଧ ଜିତିଛନ୍ତି" ବୋଲି ଭାବନ୍ତୁ ନାହିଁ।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ଶାହ କହିଛନ୍ତି, "ଲଢ଼େଇ ଏପର୍ଯ୍ୟନ୍ତ…