Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ । NEET ପେପର୍ ଲିକ୍ ମାମଲାକୁ ନେଇ ୨୬ ଦିନ ଧରି ଅନଶନରେ ବସିଥିବା ସୋନମ ଆଜି ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ବାହାରି ସେ ପତ୍ନୀ ଗିତାଞ୍ଜଳି ୱାଙ୍ଗମୋଙ୍କ ସହ ପ୍ରଥମେ ଦିଲ୍ଲୀ ରାଜଘାଟ ସ୍ଥିତ ମହାତ୍ମା…

ହତ୍ୟାଠାରୁ ଆରମ୍ଭ କରି ଦୁଷ୍କର୍ମ ଭଳି ଅଭିଯୋଗ: CJP ପ୍ରତିବାଦରେ ସାମିଲ ଥିଲେ ୨ ହଜାର ୮୦୦ ଅପରାଧୀ

ନୂଆଦିଲ୍ଲୀ: NEET ପେପର ଲିକ୍ ବିରୋଧରେ କକ୍ରୋଚ୍ ଜନତା ପାର୍ଟି (CJP) ଜନ୍ତର ମନ୍ତରରେ ଏକ ବଡ଼ ଧାରଣା ଦେଇଥିଲା। ପ୍ରତିବାଦ ସମୟରେ ସଂସଦ ମାର୍ଚ୍ଚ ଦିନ ଏକ ବିରାଟ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ପୋଲିସ ଉପରେ ଲାଠିଚାର୍ଜ ଏବଂ ଲୁହ ବୁହା ଗ୍ୟାସ ବ୍ୟବହାର କରିବାର ଅଭିଯୋଗ ଆସିଥିଲା।…

Anti-Paper Leak Bill; କେବଳ ଆଇନ ପ୍ରଣୟନ ଯଥେଷ୍ଟ ନୁହେଁ, ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ: ବିଜେଡି

ଭୁବନେଶ୍ୱର: ଦେଶରେ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ସଂସଦରେ ଅଣାଯାଇଥିବା ଆଇନ ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିକ୍ରିୟା ଦେଇଛି। କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବ ଆଇନର ସଂଶୋଧନ ନିମନ୍ତେ ସଂସଦରେ ପାରିତ ଲାଗି ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବିଜୁ ଜନତା ଦଳ କହିଛି ଯେ କେବଳ ଆଇନ ପ୍ରଣୟନ…

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ: ୧୮ ପାଳି ସୁଦ୍ଧା ୯୬ ପ୍ରତିଶତ ଅଭିଯୋଗ ସମାଧାନ

ଭୁବନେଶ୍ୱର: ଅଭିଯୋଗ ଶୁଣାଣିର ୧୯ତମ ପାଳିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୬ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ…

୨ ବର୍ଷିଆ ବି.ଏଡ଼୍, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ଼୍, ବି.ଏଚ୍.ଏଡ଼୍, ଏମ୍. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଦୁଇ ବର୍ଷିଆ ବି.ଏଡ଼୍, ବି.ଏଚ୍.ଏଡ଼୍, ଏମ୍. ଏଡ଼୍ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା…

ଭୟଭୀତ ହେବାର କାରଣ ନାହିଁ, ବର୍ଷା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ କରିସାରିଛି: ମନ୍ତ୍ରୀ

ଭୁବନେଶ୍ବର: ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅନୁମାନ କରାଯାଉଛି । ସେଗୁଡ଼ିକ ପାଇଁ ରେଡ୍ ଆଲର୍ଟ ଜାରି…

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଆତ୍ମସମର୍ପଣ କଲେ ତତ୍କାଳୀନ ଡିଏଫଓ ସଂଗ୍ରାମ ବେହେରା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଗିରଫ…

ପିଜି ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି: ୨୭ ଜୁଲାଇରୁ ଚଏସ୍‌ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ (ପିଜି) ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ। ୨୭ ଜୁଲାଇ ଅପରାହ୍ନ ୩.୦୦…

ଓଡ଼ିଆ ଝିଅଙ୍କର କମାଲ: ପ୍ରାସୁସି ପଣ୍ଡାଙ୍କ ମୁଣ୍ଡରେ ‘ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ’ର ମୁକୁଟ

ବ୍ରହ୍ମପୁର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବ୍ରହ୍ମପୁରର ଝିଅ ପ୍ରାସୁସି ପଣ୍ଡା। ଏକାଦଶ ଶ୍ରେଣୀର ଛାତ୍ରୀ ପ୍ରାସୁସି ପଣ୍ଡା ରାଜସ୍ଥାନର ଜୟପୁରରେ ଆୟୋଜିତ 'Miss Teen Universe India 2026' ପ୍ରତିଯୋଗିତାରେ ସମ୍ମାନଜନକ ଟାଇଟଲ ଜିତିଛନ୍ତି। ୨୦ ଜୁଲାଇରେ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ…

ପିଲ୍ମ ପ୍ରଯୋଜକଙ୍କ ନାଁରେ ଥାନାରେ ଏତଲା ଦେଲେ ଦାନ ମାଝୀ

ବଲାଙ୍ଗୀର: ଚଳଚ୍ଚିତ୍ର ପ୍ରଯୋଜକଙ୍କ ନାଁରେ ଥାନାରେ ଏତଲା ଦେଲେ ବହୁ ଚର୍ଚ୍ଚିତ ଦାନ ମାଝୀ । ସମ୍ବଲପୁରର ପ୍ରଯୋଜକ ମନୋଜ ବାଗ୍ ଙ୍କ ନାଁରେ ସେ ବଲାଙ୍ଗୀରଜିଲ୍ଲା ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପ୍ରଯୋଜକ ମନୋଜ ବାଗ ଏକ କ୍ଷୁଦ୍ର ଚଳଚ୍ଚିତ୍ର 'ଲାସ୍' ତିଆରି…