Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ହାଉସ୍‌ କମିଟିରେ ସ୍ଥାନ ପାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍‌ କମିଟିରେ ସ୍ଥାନ ଦେଲେ ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଲେ ଅପରାଜିତା। ଏହି ୧୨ ଜଣିଆ ହାଉସ୍ କମିଟିରେ ଅଛନ୍ତି, କଲ୍ୟାଣ ବାନାର୍ଜୀ,…

ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ଜାରି ରହିଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। କିନ୍ତୁ ବୈଠକର ପ୍ରଥମ ଥର ପାଇଁ କୌଣସି କଂଗ୍ରେସ ବିଧାୟକ ଯୋଗ ଦେଇନଥିଲେ। ବିଜେପି ସରକାରକୁ ଆସିଛି। ସମସ୍ତଙ୍କ ସହଯୋଗ ଲୋଡି ରାଜ୍ୟରେ ବିକାଶ ପାଇଁ ପଦକ୍ଷେପ ନେବ ବୋଲି କହୁଛି।…

ବିଜ୍ଞପ୍ତି ପ୍ରକାଶ ପାଉଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଜାଣିନି.. ସରକାରରେ ସମନ୍ୱୟ ରହିଛି ତ?

ଭୁବନେଶ୍ୱର: ଶୁକ୍ରବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖାରଜ କରିବା ଏବେ ସରକାରର ଆଭ୍ୟନ୍ତରୀଣ ସମନ୍ୱୟ ନେଇ ପ୍ରଶ୍ନ ଉଠାଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଢିଛି ବିଜେପି। ତେଣୁ ଏବେର ବିରୋଧୀ ଦଳ ବିଜୁ…

ବିଧାନସଭା ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ଯୋଗ ଦେଲାନି କଂଗ୍ରେସ

ଭୁବନେଶ୍ବର: ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ବସିବାକୁ ଯାଇଥିବା ବେଳେ ଆଜି ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଥିଲେ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ…

କ୍ରୀଡା ପୁରସ୍କାରରୁ ହଟିବନି ବିଜୁ ବାବୁଙ୍କ ନାମ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବିଜୁ…

ଏ ସୋମବାର ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏ ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଏଥିପାଇଁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ । ତେବେ…

ପିଏମ୍ ପୋଷଣ ଯୋଜନାରେ ଓଡିଶାରେ ସ୍କୁଲ ଗୁଡ଼ିକରେ ଆରମ୍ଭ ହେବ ‘ତିଥି ଭୋଜନ’

ଭୁବନେଶ୍ୱର: କେନ୍ଦ୍ରର ପିଏମ୍ ପୋଷଣ ଯୋଜନାରେ ବିଦ୍ୟାଳୟ ଗୁଡ଼ିକରେ 'ତିଥି ଭୋଜନ' କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ…

ଦଳକୁ ନୂଆ ଦାୟିତ୍ୱ ମିଳିଛି, ଲୋକଙ୍କ ସ୍ୱାର୍ଥରେ ବିଜେଡି କାମ କରିବ: ନବୀନ

ଭୁବନେଶ୍ୱର: ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିଜୁ ଜନତା ଦଳ ବିଧାୟକ ଦଳ (ବିଜେଡି) ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ…

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତା ବୃଦ୍ଧି ପାଇଁ ପ୍ରତିଦିନ ସ୍କୁଲରେ ହେବ ୧୦ ମିନିଟର ଯୋଗ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲରେ ଏବେ ଦୈନିକ ୧୦ ମିନିଟର ଯୋଗ କ୍ଲାସ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।…