Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତା ବୃଦ୍ଧି ପାଇଁ ପ୍ରତିଦିନ ସ୍କୁଲରେ ହେବ ୧୦ ମିନିଟର ଯୋଗ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲରେ ଏବେ ଦୈନିକ ୧୦ ମିନିଟର ଯୋଗ କ୍ଲାସ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।…

ବିଜେଡି କ୍ଷମତାରେ ଥିବା ବେଳେ ୫-ଟି ଯୋଜନା ନାଁରେ ବ୍ୟାପକ ଦୁର୍ନୀତି କରିଛି: ବିଜେପି

ପୁରୀ: ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ସରକାର ୫-ଟି ଯୋଜନା ନାଁରେ ବାର୍ଷିକ ୫୦ ହଜାର କୋଟି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ଆଣିଛି ବିଜେପି। ସରକାରକୁ ଆସିବା ପରେ ଶନିବାର ପୁରୀରେ ଅନୁଷ୍ଠିତ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ଏହି ସବୁ ପ୍ରସଙ୍ଗକୁ ନେଇ ଏକ ରାଜନୈତିକ ସଂକଳ୍ପ…

ବଦଳିଲା କ୍ରୀଡା ପୁରସ୍କାର ନାଁ, ହଟିଲା ବିଜୁ ବାବୁଙ୍କ ନାମ, ଜାଣନ୍ତୁ ନୂଆ ନାଁ କ’ଣ?…

ଭୁବନେଶ୍ବର: ରାଜ୍ୟ କ୍ରୀଡା ପୁରସ୍କାରର ବଦଳିଲା ନାଁ । ହଟିଲା ବିଜୁ ପଟ୍ଟନାୟକଙ୍କ ନାମ । ଏହା ବଦଳରେ କ୍ରୀଡା ପୁରସ୍କାରର ନାମ “ଓଡିଶା ରାଜ୍ୟ କ୍ରୀଡା ପୁରସ୍କାର ସମ୍ମାନ” ବୋଲି ଘୋଷଣା କରିଛି କ୍ରୀଡା ବିଭାଗ । ତେବେ ପ୍ରତିଭାବାନ କ୍ରୀଡାବିତମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ…

ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି

ନୂଆଦିଲ୍ଲୀ: ୟୁପିଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି । କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇ ପଦ ଛାଡିଲେ ମନୋଜ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ମାସେ ପୂର୍ବରୁ ମନୋଜ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ତାଙ୍କର କାର୍ଯ୍ୟକାଳ ୨୦୨୯ରେ ଶେଷ…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ବିଚ୍ଛିନ୍ନ ହେଲା କାଲିମେଳା

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବର୍ଷା ଜଳରେ ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସେପଟେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଏକାକାର ହୋଇଛି ନଦୀ, ନାଳ, ରାସ୍ତା ଓ ପୋଲ । ଏହାର ପ୍ରଭାବରେ ମାଲକାନଗିରି ମୋଟୁ…

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

କଟକ: ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି କମଳା ପୂଜାରୀ । ତେବେ ବାର୍ଦ୍ଧକ୍ୟତା କାରଣରୁ ଅନେକ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହୁନଥିଲା । ଏହାସହିତ ତାଙ୍କର କିଡନି ଜନିତ ସମସ୍ୟା ମଧ୍ୟ ରହିଥିଲା । ତେବେ ଗତ…

୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଧର୍ମଗଡ଼: ୫.୪ ଲକ୍ଷ ଟଙ୍କା ସହ ସରପଞ୍ଚଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ ଦୀନେଶ ରାଉତ ଅନୈତିକ ଉପାୟରେ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଅଟକ ହୋଇଛନ୍ତି।‌ ନିଜ କାର୍‌ରେ ଟଙ୍କା ନେଇ ଯାଉଥିଲା ବେଳେ ପିଛା କରି ଧରିଲା…

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ୱ, ଏଜି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ବଡ଼ ଦାୟିତ୍ବ। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ହେଲେ ନିଯୁକ୍ତି। ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ଆଇନ ବିଭାଗ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ…

ମହିଳାଙ୍କୁ ସୁରକ୍ଷା ଦେବେ ବ୍ଲାକବେଲ୍ଟ ତାଲିମପ୍ରାପ୍ତ ଲେଡି ଅଫିସର, ତିଆରି ହେଲା ସ୍ପେଶାଲ୍ ଟିମ୍

ଭୁବନେଶ୍ୱର: ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ତିଆରି ହେଲା ସ୍ପେଶାଲ୍ ଟିମ୍ । ଯେଉଁଥିରେ ବଛା ବଛା ବ୍ଲାକବେଲ୍ଟ ତାଲିମପ୍ରାପ୍ତ ଲେଡି ଅଫିସର ରହିଛନ୍ତି। ଏନେଇ ସୂଚନା ଦେଇଛନ୍ତି କମିଶନର ସଞ୍ଜୀବ ପଣ୍ଡା। ଯାତାୟାତ ସମୟରେ, ଫୋନ୍ ଏବଂ ମେସେଜ୍ ମାଧ୍ୟମରେ ନିର୍ଯାତନା କିମ୍ବା ଇଭ୍-ଟିଜିଂର…