Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବ୍ରିଟେନରେ ଋଷି ସୁନକଙ୍କ ପାର୍ଟି କ୍ଷମତାଚ୍ୟୁତ

ନୂଆଦିଲ୍ଲୀ: ବ୍ରିଟେନର ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କଂଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଏଥିସହିତ ଶେଷ ହୋଇଛି କଂଜରଭେଟିଭ ପାର୍ଟିର ଦୀର୍ଘ ୧୪ ବର୍ଷର ଶାସନ । ନିର୍ବାଚନରେ ଦଳର ପରାଜୟ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ବିରୋଧୀ ଲେବର…

ହ୍ୱାଇଟ ହାଉସ ରେସରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ଚାପ

ନୂଆଦିଲ୍ଲୀ: ଆମେରିକାରେ ଏବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ପୁଣି ଥରେ କ୍ଷମତାସୀନ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଲଢିବାକୁ ଘୋଷଣା କରି ନିଜ ସପକ୍ଷରେ ଦଳୀୟ ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ତାଙ୍କୁ ଚ୍ୟାଲେଂଜ କରିବାକୁ…

ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଯୋଜନା, ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ସ୍କୁଲ ପହଞ୍ଚି ପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂତନ ଯୋଜନା। ଏହି ଯୋଜନା ମାଧ୍ୟମରେ ସଭିଏଁ ସ୍କୁଲ ଯିବେ। ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ନିଆରା ବ୍ୟବସ୍ଥା। ଏଣିକି ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।…

ବୃକ୍ଷ ରୋପଣରେ ୧ ନମ୍ବର ଓଡିଶା, ଆହୁରି ଲାଗିବ ୫ କୋଟି ଗଛ

ଭୁବନେଶ୍ବର: ବୃକ୍ଷ ରୋପଣରେ ସାରା ଦେଶରେ ୧ ନମ୍ବର ଓଡିଶା । ଏକ ପେଡ୍ ମା’ କେ ନାମରେ ଲାଗିଛି  ମଧ୍ୟମରେ ଲାଗିଛି ୧ ଲକ୍ଷ ୪୫ ହଜାର ଗଛ । ଏହାକୁ ନେଇ ଗଛ ଲଗାଇବାରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡିଶା । ଏନେଇ ଖୁସି ବ୍ୟକ୍ତ କରି ସୂଚନା ଦେଇଛନ୍ତି ମୋହନ ଚରଣ ମାଝୀ । ଏହା ସହିତ ୪୮…

ହାଥରସ ଘଟଣାରେ ପୀଡିତଙ୍କ ପରିବାରଙ୍କୁ ଭେଟିଲେ ରାହୁଲ ଗାନ୍ଧି

ହାଥରସ: ସତସଙ୍ଗରେ ଦଳଚକଟା ଯୋଗୁଁ ଚାଲିଯାଇଛି ୧୨୧ ଜୀବନ । ଏବେ ପ୍ରାୟ ୩୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଉତ୍ତରପ୍ରଦେଶର କାହିଁ କେତେ ଆଡୁ ଆତ୍ମଘୋଡିତ ବାବାଙ୍କ ପ୍ରବଚନ ଶୁଣିବାକୁ ଆସିଥିଲେ ଅନୁଗାମୀ । ହେଲେ ଚାଲିଗଲା ବହୁ ନିରୀହ ଜୀବନ । ମୃତକଙ୍କ ମଧ୍ୟରେ ସବୁଠୁ ଅଧିକ ମହିଳା…

୧୪ ବର୍ଷ ପରେ ବଦଳିଲା କ୍ଷମତା, ଏବେଠୁ ଷ୍ଟାର୍ମର ଶାସନ

ଲଣ୍ଡନ: ବ୍ରିଟେନ୍ ସାଧାରଣ ନିର୍ବାଚନରେ ଡିଫିଟ୍ ହେଲେ ସୁନକ । । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ହାତରୁ ଚାଲିଯାଇଛି କ୍ଷମତା । ସେପଟେ ୧୪ ବର୍ଷ ପରେ ବ୍ରିଟେନ୍ ରାଜନୀତି ପଟ ବଦାଳାଇଛି । ସାଧାରଣ ନିର୍ବାଚନରେ ବାଜି ମାରି ପୁଣି କ୍ଷମତାକୁ ଫେରିବାକୁ ଯାଉଛି ଲେବର ପାର୍ଟି । ଲେବର ପାର୍ଟି…

ଓ୍ୱାଙ୍ଖଡେରେ ଏକାଠି ବିଶ୍ୱକପ୍ ଉଠାଇଲେ ରୋହିତ-ବିରାଟ, କମ୍ପିଲା ମୁମ୍ବାଇ

ମୁମ୍ବାଇ: ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି। ଦୁହେଁ ଟି-୨୦ରୁ ଅବସର ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ସେମାନଙ୍କ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ। ଉଭୟଙ୍କର କିଛି ସଫଳତା ସେମାନଙ୍କୁ ପ୍ରାୟ ଅମର କରିଦେଇଛି ଏବଂ ଯେପର୍ଯ୍ୟନ୍ତ…

ବିଶ୍ୱରେ ପ୍ରଥମ! କାମଚାପ ସହିନପାରି ରବୋର୍ଟ କଲା ଆତ୍ମହତ୍ୟା

ସିଓଲ: ମଣିଷ କାମ କରି ଥକି ଗଲାପରେ ପୁଣିଥରେ ସତେଜ ହୋଇ କାମ କରିବାରୁ ସର୍ବନିମ୍ନ ଆଠ ଘଣ୍ଟାର ବିରତି ଆବଶ୍ୟକ। କାମର ଭିଡ ଭିତରେ ଏହି ବ୍ୟବଧାନକୁ କମାଇବା ପାଇଁ ମେସିନ ବା ଆଜିର ଯୁଗର ରବୋର୍ଟ ଉପରେ ସାରା ବିଶ୍ୱ କାମ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଦକ୍ଷିଣ କୋରିଆରୁ ରବୋର୍ଟକୁ ନେଇ…

ବଲେ ବଲେ ଢାବାକୁ ନେଇ ଚର୍ଚ୍ଚାରେ ବିଜେଡି ନେତ୍ରୀ ଏଲିନା ଦାସ, ହାଇକୋର୍ଟଙ୍କର ହେଲେ ଦ୍ୱାରସ୍ଥ

କଟକ: ଧର୍ମଶାଳା ଭବନରେ ଥିବା ବିବାଦୀୟ 'ବଲେ ବଲେ ଢାବା ଆଣ୍ଡ ଫ୍ୟାମିଲି ରେଷ୍ଟୁରାଣ୍ଟ'ରେ ସମ୍ପୃକ୍ତି ଥିବା ନେଇ ଗଣମାଧ୍ୟମ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶିତ ଖବର ଉପରେ ରୋକ ଲଗାଇବା ପାଇଁ ବିଜେଡି ନେତ୍ରୀ ଏଲିନା ଦାସ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ରିପୋର୍ଟରେ…

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପାଇଁ ସରକାର ଗଠନ କଲେ ନୂଆ କମିଟି, ଜୁଲାଇ ୬ରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ପାଇଁ ଗଠିତ ହୋଇଥିବା ଜଷ୍ଟିସ ଅରିଜିତ ପଶାୟତ କମିଟିକୁ ଭଙ୍ଗ କଲେ ନୂଆ ସରକାର। ନୂଆ କମିଟିର ଅଧ୍ୟକ୍ଷ ହେଲେ ଜଷ୍ଟିସ ବିଶ୍ୱନାଥ ରଥ। ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ୧୬ ଜଣିଆ କମିଟିକୁ ନେଇ ଗଠିତ ଏହି କମିଟି ଜୁଲାଇ ୬…