Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୧୩ ମୃତ, ୧୫ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ଏକ ଗାଁର ହୋଇଥିବା ବେଳେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ଏହି…

୪୫ ମିନିଟ ଭିତରେ କୋରାପୁଟରେ ୨୯ ହଜାର ଥର ବଜ୍ରପାତ, କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଏହାରି ସାଙ୍ଗରେ ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ଏବଂ ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ବହୁଛି। ତେବେ…

ଆକ୍ସିସ ମାଇ ଇଣ୍ଡିଆ ରିପୋର୍ଟ ପ୍ରତିଷ୍ଠାତା କହିଲେ ବିଜେଡି କେଉଁ ଦୁଇଟି ଲୋକସଭା ଆସନରେ ଜିତିବ?

ଭୁବନେଶ୍ୱର: ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଆକଳନ କରିଛି ଯେ ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି ଲୋକସଭା ଆସନ ଜିତିପାରେ। ଶାସକ ବିଜୁ ଜନତା ଦଳ ମାତ୍ର ସର୍ବାଧିକ ୨ଟି ଆସନରେ ବିଜୟୀ ହୋଇପାରେ। ଏହାବ୍ୟତୀତ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି।…

ସତ ହେଲା ଅରୁଣାଚଳ ପ୍ରଦେଶ ଏବଂ ସିକିମ୍ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ରିପୋର୍ଟ!

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ପ୍ରକାଶ ପାଇବ ଲୋକସଭା ନିର୍ବାଚନ ଫଳାଫଳ। ହେଲେ ଏକଜିଟ ପୋଲର ବିଶ୍ବସନୀୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକଜିଟ ପୋଲକୁ ମୋଦୀ ମିଡିଆର ଫଳାଫଳ ବୋଲି କହି କଟାକ୍ଷ କରିଥିବା ବେଳେ ଓଡ଼ିଶାରେ ବିଜେଡି ମଧ୍ୟ ଦୃଢୋକ୍ତି…

ଏକଜିଟ୍ ପୋଲ ରିପୋର୍ଟ: କମିବ ବିଜେଡିର ବିଧାୟକ ସଂଖ୍ୟା, ବଢ଼ିବ ବିଜେପି

ଭୁବନେଶ୍ୱର: କେବଳ ୨୧ ଲୋକସଭା ଆସନ ନୁହେଁ ଚଳିତଥର ୧୪୭ ବିଧାନସଭା ଆସନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ। ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଏଭଳି କିଛି ଅନୁମାନ କରିଛି। ରିପୋର୍ଟ ଅନୁଯାୟୀ ୧୪୭ ବିଧାନସଭା ଆସନରୁ ବିଜେପି ୬୨ରୁ ୮୦ ଆସନ ଜିତିପାରେ। ବିଜୁ ଜନତା ଦଳର ଆସନ ସଂଖ୍ୟା…

କୁଳିଅଣାରେ ଲଜ୍ଜା, ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ମୟୂରଭଞ୍ଜ: ସାମ୍ନାକୁ ଆସିଛି ଲଜ୍ଜା । ଏକ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା । ଏଭଳି କିଛି ଲୋମଟାଙ୍କୁରା ଦୃଶ୍ୟ ସାମ୍ନକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ । ନାବାଳିକା ଘରେ ଏକା ଥିବାର ସୁଯୋଗରେ ଝୁଣି ଖାଇଛି ନରଦାନବ । ମିଳିଥିବା ସୂଚନା…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା

କଲିକତା: ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ  । ଗତକାଲି ସରିଛି ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ । ଏହାରି ଭିତରେ ଦେଖିବାକୁ ମିଳିଛି  ଅନେକ ଜାଗାରେ ନିର୍ବାଚନୀ ହିଂସା । ଗତକାଲି ପଶ୍ଚିମବଙ୍ଗ…

ଚିନ୍ତା ବଢ଼ାଇଲାଣି ଅଂଶୁଘାତ: ରାଜ୍ୟରେ ୯୬ ମୃତ, ୧୪୪୫ ଜଣ ଅସୁସ୍ଥ

ଭୁବନେଶ୍ୱର: ଖରା ତାତିରେ ଜଳୁଛି ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ବେପରୁଆ ହେବେ ସାବାଡ; ଜବତ ହେବ ଗାଡି ସହ ଫୋନ

ଭୁବନେଶ୍ବର: ଗାଡି ଚଲାଇବା ବେଳେ ଫୋନ ବ୍ୟବହାର କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ । ଏନେଇ ଏବେ  ନୂଆ କଟକଣା ଆଣୁଛନ୍ତି କମିଶନରେଟ ପୋଲିସ । ସିଜ୍ ହେବ ଗାଡି ସହ ମୋବାଇଲ । ସଡକ ଦୁର୍ଘଟଣାକୁ ନେଇ ଯେତେ ବି ସତର୍କ କରାଗଲେ ମଧ୍ୟ ଥମିବାର ନାଁ ନେଉନି । ପ୍ରତିଦିନ ୨ ରୁ ୪…

ଆଜି ମୋଦିଙ୍କ ମାରାଥନ ବୈଠକ: ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ କରିବେ ସମୀକ୍ଷା ବୈଠକ  । ୧୦୦ ଦିନର ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ ଆଜି ମୋଦି ବାହାରିଛନ୍ତି ନିଜର…