Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୟଙ୍କର ଭୂମିକମ୍ପ; ସୁନାମି ଆଶଙ୍କା ମଧ୍ୟରେ ବିପଦରେ ଭେନେଜୁଏଲା

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରୁ ଏକ ଅତ୍ୟନ୍ତ ଦୁଃଖଦ ତଥା ଭୟାନକ ଖବର ସାମ୍ନାକୁ ଆସିଛି। ବୁଧବାର ସନ୍ଧ୍ୟାରେ ଦେଶରେ ଲଗାତର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହା ସାରା ଦେଶକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ମାତ୍ର ଗୋଟିଏ ମିନିଟ୍‌ର ବ୍ୟବଧାନରେ…

ରାତି ଅଧିଆ ଯୋଗାଯୋଗ ଏବଂ ଦଳ ଡିଆଁ ଅଭିଯାନ; ବିଜେପି ଶିବିରର ସାଂଘାତିକ ଦାବି ପରେ ସରଗରମ ରାଜନୀତି!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପରେ ରାଜ୍ୟର ଶାସନ ଗାଦି ବଦଳି ସାରିଛି, କିନ୍ତୁ ଭିତରେ ଭିତରେ ଚାଲିଥିବା ରାଜନୈତିକ ସମୀକରଣ ଏବେ ବି ସ୍ଥିର ହୋଇନାହିଁ। କ୍ଷମତାରୁ ଦୂରେଇବା ପରେ ବିଜୁ ଜନତା ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି ଏକ ବିସ୍ଫୋରକ ଦାବି କରିଛି।…

ନବୀନଙ୍କ ବଡ଼ ଗୋଟି ଚାଳନା; ରାତି ଅଧିଆ ଆଲୋଚନା ପରେ ଆଜି ଆନୁଷ୍ଠାନିକ ଭାବେ ବଦଳିବ ବିଜେଡିର ଗଣିତ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଧରଣର ବିକାଶ ଦେଖିବାକୁ ମିଳିପାରେ, ଯାହାକୁ ନେଇ ସାରା ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦଳର ମୁଖ୍ୟାଳୟ ‘ଶଙ୍ଖ ଭବନ’ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି।…

ମୌସୁମୀ ସକ୍ରିୟ: ୨୦ ଜିଲ୍ଲାରେ ଝଡ଼ବର୍ଷା, ଘଡଘଡି ସହ ପ୍ରବଳ ବର୍ଷାର ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। କିଛି ସ୍ଥାନରେ ବର୍ଷା ହେଉଥିଲେ ମଧ୍ୟ ଆଗକୁ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୨୦ ଜିଲ୍ଲାରେ…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ; ପୁଅ ମୃତ, ବାପା-ମାଆ ଗୁରୁତର

ଗଞ୍ଜାମ: ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ସିଙ୍ଗିପୁର ଗ୍ରାମରେ ଅଘଟଣ। ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ପୁଅର ମୃତ ହୋଇଥିବା ବେଳେ ବାପା ମାଆ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ଘର ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ପଡ଼ିଶା ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି l…

ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରାରେ ଦିନରାତି ଚାଲିବ ବସ୍‌, ଟୋଲ୍‌ ଫି ଆଦାୟ ମନା

ପୁରୀ: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶ୍ୱପ୍ରସିଦ୍ଧ…

ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ଏସଜେଏଫଆଇ ମେଡାଲ

ଚେନ୍ନାଇ: ଭାରତର ତଥା ବିଶ୍ୱର ଜଣାଶୁଣା ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ସମ୍ମାନଜନକ ଭାରତୀୟ କ୍ରୀଡା ସାମ୍ବାଦିକ ମହାସଂଘ (SJFI) ପଦକ ପ୍ରଦାନ କରାଯାଇଛି। ବୁଧବାର ଦିନ ଚେନ୍ନାଇସ୍ଥିତ ମାଡ୍ରାସ କ୍ରିକେଟ୍ କ୍ଲବ (MCC)ରେ ତାଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି। ସେ ଭାରତୀୟ…

ବିଜେଡି ଶାସନ କାଳର ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଉପରୁ ହଟିବ ପରଦା: ୩ ଜିଲ୍ଲାର ୫୦ ସ୍ଥାନରେ ଭିଜିଲାନ୍ସର…

ଭୁବନେଶ୍ୱର: ଗତ ବିଜେଡି ସରକାର ସମୟରେ ଗ୍ରାମାଞ୍ଚଳର ଆଲୋକୀକରଣ ପାଇଁ ଆରମ୍ଭ ହୋଇଥିବା ଯୋଜନାରେ ବଡ଼ଧରଣର ଅର୍ଥ ହେରଫେର ଅଭିଯୋଗ ଆସିଛି। 'ଆମ ଗାଁ ଆମ ବିକାଶ' କାର୍ଯ୍ୟକ୍ରମ ଅଧୀନରେ ଗାଁ ଗାଁରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ଗୁମର…

ବାଂଲାଦେଶରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିକୁ ଅନାଦାର ଘଟଣା; ଏପରି କହିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର…

ନୂଆଦିଲ୍ଲୀ: ବାଂଲାଦେଶର ଉତ୍ତରାଞ୍ଚଳର ଗାଈବାନ୍ଧା ଜିଲ୍ଲାରେ ପ୍ରଭୁ ଶ୍ରୀରାମଙ୍କ ପ୍ରିତିମା ନିର୍ମାଣ ଏବଂ ଏକ ଛବିକୁ ଅନାଦାର କରିବା ଘଟଣା । ଏବେ ଏହାର ପ୍ରଭାବ ଉଭୟ ଭାରତ-ବାଂଲାଦେଶ ସମ୍ପର୍କକୁ ପ୍ରଭାବିତ କରିଛି । ସେଠାରେ ପ୍ରସ୍ତାବିତ ୮୧ ଫୁଟ୍ ଉଚ୍ଚ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି…

ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆବେଦନକାରୀ, ସିବିଆଇ ତଦନ୍ତ ପାଇଁ ପୁଣି ଜୋର…

କଟକ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ମାମଲାରେ ବୁଧବାର ଦିନ ହାଇକୋର୍ଟରେ ଏକ ନୂଆ ଆଇନଗତ ମୋଡ଼ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ରହସ୍ୟଜନକ ଭାବେ ଗାୟବ ହେବା ଘଟଣାକୁ ନେଇ କୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ…