Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗଛକୁ ପିଟିଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୨୫ରୁ ଅଧିକ ଆହତ

ନୟାଗଡ଼: ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ଏକ ଗଛରେ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ‘ଶ୍ରୀ ନୀଳକଣ୍ଠେଶ୍ୱର’ ଏକ ଘରୋଇ ବସ୍‌…

ନିଆରା ଗୁରୁ! ପଦବୀ ନାହିଁ କି ବେତନ ନାହିଁ, ଶିକ୍ଷାଦାନ ହିଁ ଜୀବନର ବ୍ରତ

ନୂଆପଡ଼ା: ଗୁରୁ କେବଳ ଶ୍ରେଣୀ ଗୃହରେ ପାଠ ପଢ଼ାନ୍ତି ନାହିଁ, ବରଂ ସମାଜକୁ ଅଜ୍ଞାନତାର ଅନ୍ଧାରରୁ ଜ୍ଞାନର ଆଲୋକକୁ ନେଇଯାଆନ୍ତି। ଆଜି ଆମେ କହୁଛୁ ଏମିତି ଜଣେ ନିଆରା ଗୁରୁଙ୍କ କଥା, ଯାହାଙ୍କ ପାଖରେ ନା ଅଛି ପଦବୀ, ନା ଅଛି ବେତନ। ହେଲେ ଶିକ୍ଷାଦାନକୁ ବ୍ରତ କରି ଦୀର୍ଘ ବର୍ଷ ଧରି ଗରିବ ଓ…

୧୦ ଏକର ଗଞ୍ଜେଇ ଚାଷ ନଷ୍ଟ, ୩ ଗିରଫ

କୋରାପୁଟ: ପାଡୁଆ ଥାନା ଅନ୍ତର୍ଗତ ଦିଶାରିଗୁଡ଼ା ଓ ଲେଞ୍ଜିଗୁଡ଼ା ଜଙ୍ଗଲରେ ପୁଲିସ ଚଢ଼ାଉ କରି ୧୦ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଘଟଣାରେ ତିନିଜଣଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି।…

ଗ୍ରେସିଙ୍ଗିଆ ପ୍ରାଇମେରୀ ସବ୍‌ଷ୍ଟେସନ୍‌ କାର୍ଯ୍ୟକ୍ଷମ; ପାହାଡ଼ିଆ ଅଞ୍ଚଳରେ ଅଧିକ ସୁଦୃଢ଼ ହେବ ବିଦ୍ୟୁତ ନେଟୱର୍କ

ବ୍ରହ୍ମପୁର: କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଅଧିକ ପରିବାର ଓ ସମୁଦାୟଙ୍କ ନିକଟରେ ନିର୍ଭରଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ସେବା ପହଞ୍ଚୁଛି। ଜି. ଉଦୟଗିରି ବ୍ଲକ୍‌ର ଗ୍ରେସିଙ୍ଗିଆଠାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ପକ୍ଷରୁ ନୂତନ ପାୱାର ସବ୍‌ଷ୍ଟେସନ୍‌ ନିର୍ମାଣ…

୪୧ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା, ୮୩୩ କୋଟିରୁ ଊର୍ଦ୍ଧ୍ୱ…

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ପଞ୍ଚମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଯାହା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର କୃଷି…

ପାକିସ୍ତାନକୁ ପ୍ରତିରକ୍ଷା ଜ୍ଞାନକୌଶଳ ନଦେବାକୁ ଭାରତକୁ ବେଲଜିୟମର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପାକିସ୍ତାନ ସହିତ କୌଣସି ପ୍ରକାରର ସାମରିକ କିମ୍ବା ପ୍ରତିରକ୍ଷା ସହଯୋଗ କରାଯିବ ନାହିଁ ଏବଂ କୌଣସି ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରାଯିବ ନାହିଁ ବୋଲି ବେଲଜିୟମ ଭାରତକୁ ସ୍ପଷ୍ଟ ଆଶ୍ୱାସନା ଦେଇଛି। ନୂଆଦିଲ୍ଲୀଠାରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

ଏସିଆନ ଗେମ୍ସ: ୩ ନେଟ୍ ବୋଲରଙ୍କ ପାଇଁ ଲକ୍ଷ୍ମଣଙ୍କ ଅନୁରୋଧ

ନୂଆଦିଲ୍ଲୀ: ୨୦୨୬ ଏସିଆନ ଗେମ୍ସ ପାଇଁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରେ ଥିବା ଭିଭିଏସ୍ ଲକ୍ଷ୍ମଣ ଅଭ୍ୟାସ ସେସନ୍ ପାଇଁ ଅତିରିକ୍ତ ନେଟ୍ ବୋଲରଙ୍କୁ ଜାପାନ ପଠାଇବାକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ…

ଅଧା ଶିକ୍ଷାବର୍ଷ ବିତିଲାଣି, ତଥାପି ପିଲାଙ୍କ ହାତରେ ପହଞ୍ଚିନି ବହି: ଷାଣ୍ମାସିକ ପରୀକ୍ଷା ନେଇ ବଢ଼ୁଛି ଚିନ୍ତା

ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷର ଆରମ୍ଭରେ ନୂଆ ଶ୍ରେଣୀ ଓ ନୂଆ ବହିକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଉତ୍ସାହ ଥିଲା, ତାହା ଏବେ ନିରାଶା ତଥା ଉଦ୍‌ବେଗରେ ପରିଣତ ହୋଇଛି । ସମଗ୍ର ଓଡ଼ିଶାରେ ଛାତ୍ରଛାତ୍ରୀମାନେ ଏବେ ପାଠ୍ୟପୁସ୍ତକ ଅଭାବ, ଶିକ୍ଷକ ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି…

କଟକରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ: ବିସର୍ଜନ ବେଳେ ଡିଜେ ମ୍ୟୁଜିକ୍ ଓ ଲେଜର ଲାଇଟ୍ ଉପରେ କଟକଣା

କଟକ: ଆସନ୍ତା ଗଣେଶ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି ଏବଂ କ୍ଲବ୍ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ଗଣେଶ ଭସାଣି…

ଟାଟା କେମିକାଲ୍ସକୁ କେନିୟାରୁ ବାହାରିଯିବାକୁ କଡ଼ା ନିର୍ଦ୍ଦେଶ:’ଆମେ ଅନ୍ୟର ଦାସ କି?’ ପ୍ରଶ୍ନ କଲେ…

ନାଇରୋବି: କେନିୟା ଗତ ୧୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଭାରତୀୟ ଶିଳ୍ପସଂସ୍ଥା 'ଟାଟା କେମିକାଲ'ର କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ସହ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନିୟା ରାଷ୍ଟ୍ରପତି ବିଲିୟମ୍ ରୁଟୋ। ସ୍ଥାନୀୟ କାଜିଆଡୋ ଜିଲ୍ଲାର ମାଗାଡି ହ୍ରଦ ଅଞ୍ଚଳରେ…