Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୃତଦେହ ଗ୍ରହଣ କଲେନାହିଁ ପରିବାର, ଥାନାରେ ୮ ଘଣ୍ଟା ହେଲା ପଡିରହିଛି ଶବ

ସୁବର୍ଣ୍ଣପୁର: ମୃତଦେହ ଗ୍ରହଣ କଲେନାହିଁ ପରିବାର। ଥାନାରେ ୮ ଘଣ୍ଟା ହେଲା ପଡିରହିଛି ମୃତଦେହ। ଜଗି ରହିଛନ୍ତି ସ୍ତ୍ରୀ ଓ ପୁଅ। ପାରିବାରିକ କଳହ ପାଇଁ ଶବ ଗ୍ରହଣ କରିଲେନି ପରିବାର। ବିନିକା ଥାନାରେ ଦୀର୍ଘ ୮ ଘଣ୍ଟା ଧରି ପଡ଼ିରହିଛି ମୃତଦେହ। ଶବ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ଏବଂ ୭…

Nuapada Byboll:ନୂଆପଡ଼ା ଉପନିର୍ବାଚନ: ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ଏହାରି ଭିତରେ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍‌.ଏସ୍‌. ଗୋପାଳନ୍‌ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ତିନିଟି ପର୍ଯ୍ୟାୟରେ ବୈଠକ କରିଥିଲେ। ଏହି…

ସୁନ୍ଦରଗଡ଼ରେ ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣରେ ୨ ମୃତ, ୧୫୦୦ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାରେ ମାତିଛି ସ୍କ୍ରବ୍ ଟାଇଫସ । ଜିଲ୍ଲାବାସୀଙ୍କୁ ଘାରିଛି ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣ ଭୟ । ସ୍କ୍ରବ୍ ଟାଇଫସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଦା ୧୫୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ମୃତକ ମଧ୍ୟରେ ଜଣେ ବଡ଼ଗାଁ ଅଞ୍ଚଳର ଓ ଆଉ ଜଣେ…

Cyclone Montha: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ୨୪ ଘଣ୍ଟାରେ ବାତ୍ୟା, ଆଲର୍ଟରେ ଓଡିଶା, ଆନ୍ଧ୍ର…

ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ । ୨୪ ଘଣ୍ଟା ଭିତରେ ନେଇପାରେ ବାତ୍ୟା ରୂପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା…

Cyclone Montha: ବାତ୍ୟା ଯୋଗୁଁ ବାତିଲ୍ ହେଲା ମନ୍ତ୍ରୀଙ୍କ ନୂଆପଡା ଗସ୍ତ, ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି…

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ଏବେ ହାଇ ଆଲର୍ଟରେ ରାଜ୍ୟ ସରକାର । ବାତ୍ୟା ନେଇ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ସଜାଗ ରହିଛି ସବୁ ବିଭାଗ । ଏହାରି ଭିତରେ ଆସୁଥିବା ଘୂର୍ଣ୍ଣିଝଡ଼ ମୋନ୍ଥାର ଗମ୍ଭୀରତାକୁ ଦେଖି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

Aahaar Scheme: ଏଣିକି ଆହାର ଖର୍ଚ୍ଚ ବହନ କରିବେ ସରକାର, ୫୧୨ କୋଟି ଟଙ୍କାର ଆହାର ଯୋଜନାକୁ ଅନୁମୋଦନ…

ଭୁବନେଶ୍ବର: ଏଣିକି ଆହାର ଖର୍ଚ୍ଚ ବହନ କରିବେ ସରକାର । ଯୋଜନାରେ କଲେ ସାମିଲ । ରାଜ୍ୟ ସରକାର ଆହାର କାର୍ଯ୍ୟକ୍ରମକୁ ଯୋଜନାରେ ପରିଣତ କରିଛନ୍ତି । ଓଡିଶା କ୍ୟାବିନେଟ୍ "ଆହାର" ଯୋଜନାକୁ ସବୁଜ ସଙ୍କେତ ଦେଇଛି । ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ପାଞ୍ଚ ଆର୍ଥିକ ବର୍ଷରେ ୫୧୨ କୋଟି…

Cyclone Montha: ଆନ୍ଧ୍ରର ଏହି ଜାଗାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା, ଓଡିଶାରେ ୪ ଦିନ ପ୍ରବଳ ବର୍ଷିବ…

ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । ଧିରେ ଧିରେ ସ୍ଥଳ ଭାଗ ଆଡେ ଅଗ୍ରସର ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଆଜି(ରବିବାର) ଗଭୀର ଅବପାତର ରୂପ ନେବ । ଆଜିସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ । ଆସନ୍ତାକାଲି(ସୋମବାର)…

Trump Seeks China’s help: ରୁଷ ବିରୁଦ୍ଧରେ ଚୀନର ସାହାଯ୍ୟ ଲୋଡ଼ିଲେ ରାଷ୍ଟ୍ରପତି ଟ୍ରମ୍ପ୍, ପୁଟିନଙ୍କ ସହ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ସେ ତାଙ୍କର ସମୟ ନଷ୍ଟ କରିବେ ନାହିଁ ଏବଂ ଫେବୃଆରୀ ୨୦୨୨ ରେ ଆରମ୍ଭ ହୋଇଥିବା ୟୁକ୍ରେନକୁ ସମାପ୍ତ କରିବା ପାଇଁ ଦୁଇ ପକ୍ଷ ଏକ ଚୁକ୍ତି ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ ସେ ତାଙ୍କର ରୁଷ ପ୍ରତିପକ୍ଷ ଭ୍ଲାଦିମିର…

ମାଓବାଦୀଙ୍କ ବର୍ବରତା, ଘରେ ପଶି ଗାଁ ଲୋକଙ୍କୁ କଲେ ହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅଧୀନସ୍ଥ ନେଲାକାଙ୍କେର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ଦୁଇ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଏହି ଘଟଣାର ଖବର ପ୍ରସାରିତ ହେବା ମାତ୍ରେ ଅଞ୍ଚଳରେ ଆତଙ୍କର ବାତାବରଣ…

Cyclonic storm: ଏହି ୩ ଦିନ ସମୁଦ୍ରରେ ଗାଧେଇବା ମନା;ସ୍ନାନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ:ସମ୍ଭାବ୍ୟ ବାତ୍ୟାକୁ ନେଇ ୩ ଦିନ ସମୁଦ୍ରରେ ଗାଧେଇବା ମନା । ୨୭, ୨୮, ୨୯ ତାରିଖରେ ସମୁଦ୍ର ସ୍ନାନ ଉପରେ କଟକଣା ଲାଗିଛି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।…