Latest Odisha News

BREAKING NEWS

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡ଼ା ଘରେ କ୍ରାଇମ୍ ବ୍ରାଞ୍ଚର ଚଢଉ

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡ଼ା ଘର ଉପରେ ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ଓ ପୋଲିସର ମିଳିତ ଚଢଉ ହୋଇଛି । କେବଳ ଟିଟୋର ଘର ନୁହେଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ତା’ର କିଛି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢଉ କରିଛି କ୍ରାଇମ ବ୍ରାଞ୍ଚ ପୋଲିସ ।

କେନ୍ଦ୍ରାପଡ଼ା ଜିଲ୍ଲା ଦିଲାରପୁର ଗାଁ’ରେ ଗ୍ୟାଙ୍ଗଷ୍ଟର ଟିଟୋର ଘର । ଚଢଉ ସମୟରେ ଉତ୍ତେଜନା ଆଶଙ୍କା କରି ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ।

ତେବେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଟିଟୋର ଘର ଛଡ଼ା କ୍ରାଇମ ବ୍ରାଞ୍ଚ ପୋଲିସ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ତା’ର ବିଭିନ୍ନ ସମ୍ପର୍କୀୟଙ୍କ ଘର ଉପରେ ଚଢଉ କରିଥିଲା ।

କ୍ରାଇମ ବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ ଜୁନ ୪ ତାରିଖ ଦିନ ଗ୍ୟାଙ୍ଗଷ୍ଟର ଟିଟୋକୁ ୫ ଦିନିଆ ରିମାଣ୍ଡରେ ଆଣିଛି । ତେବେ କ୍ରାଇମବ୍ରାଞ୍ଚ ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା ।

କେନ୍ଦ୍ରାପଡ଼ା ସବ ଡ଼ିଭିଜନାଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଟିଟୋକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଏକ ପୋଲିସ ଏନକାଉଣ୍ଟରରେ ଟିଟୋକୁ ଯାଜପୁର ଜିଲ୍ଲା ବଡ଼ଚଣା ଅଞ୍ଚଳରୁ ଗିରଫ କରାଯାଇଥିଲା । ପୋଲିସ ଏନକାଉଣ୍ଟରରେ ଟିଟୋର ଗୋଡ଼ରେ ଗୁଳି ବାଜିବାରୁ ତାକୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି ।

Leave A Reply

Your email address will not be published.