Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଅଭିନେତାଙ୍କ ସାଙ୍ଗ ଓ ରୋଷେୟାକୁ ସିବିଆଇର ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସାଙ୍ଗ ସିଦ୍ଧାର୍ଥ ପଠାନୀ ଓ ରୋଷେୟା ନୀରଜ ସିଂହଙ୍କୁ ସିବିଆଇ ଜେରା କରୁଥିବା ଗେଷ୍ଟ ହାଉସ୍ ନିକଟରେ ରବିବାର ଦେଖିବାକୁ ମିଳିଛି।

ଏଏନଆଇର ରିପୋର୍ଟ ଅନୁଯାୟୀ ସିବିଆଇ ତୃତୀୟ ଥର ପାଇଁ ରୋଷୟା ନୀରଜ ସିଂହଙ୍କୁ ଜେରା କରିବ ।

ଗତକାଲି ସିବିଆଇ ଓ ଫରେନସିକ୍ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରା ଘରେ ପହଞ୍ଚି ଘଟଣା ଦିନ ହୋଇଥିବା ସମସ୍ତ ଘଟଣାବଳୀର ରିକ୍ରିଏସନ୍ କରିଥିଲା । ଯାହା ପରେ ସିଦ୍ଧାର୍ଥ ପଠାନୀ ଓ ରୋଷେୟା ନୀରଜ ସିଂହଙ୍କୁ ସିବିଆଇ ପକ୍ଷରୁ ଜେରା କରାଯିବ।

ଅଧିକାରୀ ମାନେ ବାନ୍ଦ୍ରା ସ୍ଥିତ ଘରକୁ ଯାଇ ବିଲ୍ଡିଂର ଛାତ ଉପର ଓ ଫ୍ଲାଟ୍ ଭିତର ଯାଞ୍ଚ କରିଥିଲେ । ଏପରିକି ସେମାନେ ବେଡରୁମର ଫଟୋ ଓ ଭିଡିଓ ମଧ୍ୟ ଉଠାଇଥିଲେ । ଏହାଛଡା ସିବିଆଇର ଜଣେ ଅଧିକାରୀ କହିଥିଲେ ଯେ ଉକ୍ତ ସ୍ଥାନରେ ଆତ୍ମହତ୍ୟା କରିବା ସମ୍ଭବ କି ନୁହେଁ ତାହା ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.