Latest Odisha News

BREAKING NEWS

ସୁଶାନ୍ତ ସିଂ କେସ୍ : ସିବିଆଇ ସ୍କାନରରେ ବଂଟି !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ କେସରେ ଗୁରୁବାର ନୂତନ ମୋଡ ନେଇଛି । ଏବେ ସିବିଆଇ ସ୍କାନରରେ ବଂଟି ସାଜଦବା ନାମକ ବ୍ୟକ୍ତି ପଡିଛନ୍ତି । ସିବିଆଇ ବର୍ତମାନ ଏହି ବ୍ୟକ୍ତିଙ୍କୁ ପଚରାଉଚରା କରୁଛି । କ୍ରିକେଟର ରୋହିତ ଶର୍ମା ଓ ସୋହେଲ ଖାଁଙ୍କ ସହ ତାଙ୍କ ସମ୍ପର୍କ ରହିଛି । ସେ ସୋହେଲଙ୍କ ଶଳା ହୋଇଥିବା ବେଳେ ରୋହିତଙ୍କ ପତ୍ନୀଙ୍କ କଜିନ ଅଟନ୍ତି ।

ବଂଟି କର୍ଣ୍ଣର ଷ୍ଟୋନ କମ୍ପାନୀର ସିଇଓ । ଦିଶା ସାଲିଅନ ଏଠାରେ କାମ କରୁଥିଲେ । ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁରେ ତାଙ୍କର କୌଣସି ସମ୍ପୃକ୍ତି ଅଛି କି ନାହିଁ ତାହା ସିବିଆଇ ଜାଣିବାକୁ ଚାହୁଁଛି । ମୁମ୍ବାଇ ପୋଲିସ ବଂଟିଙ୍କ ସମ୍ପୃକ୍ତିକୁ ଅସ୍ୱୀକାର କରୁଥିବା ବେଳେ ସିବିଆଇ କାହିଁକି ତାଙ୍କ ପଛରେ ପଡିଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.