Latest Odisha News

BREAKING NEWS

ଆମେରିକାରୁ ଆସିଲା ଆଶ୍ୱସ୍ତିକର ଖବର, ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା

ୱାଶିଂଟନ: କେବେ ଆସିବ କରୋନା ଟିକା ? ଦିନକୁ ଦିନ ସାରା ବିଶ୍ୱରେ କରୋନ ସଂକ୍ରମଣ ବଢିଚାଲିଥିବା ବେଳେ କରୋନ ଟିକା କେବେ ଆସିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର ।

ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା । ଆମେରିକା ରାଷ୍ଟ୍ରପତି ନିର୍ବାନର ଠିକ୍ ଦୁଇ ଦିନ ପୂର୍ବରୁ କରୋନା ଟିକା ବଣ୍ଟା ଆରମ୍ଭ ହେବ । ଏଥିପାଇଁ ଟ୍ରମ୍ପ ପ୍ରଶାସନ ଆମେରିକାର ସବୁ ରାଜ୍ୟକୁ ପ୍ରସ୍ତୁତ ରହିବାକୁ ଅବଗତ କରାଇଛି । କରୋନା ଟିକା ବଣ୍ଟା ହେଲେ ରାଜ୍ୟଗୁଡିକ ହିଁ ସ୍ଥାନୀୟ ଲୋକଙ୍କ ପାଖରେ ଏହାକୁ ପହଂଚାଇବେ ।

ଏଥିପାଇଁ ୟୁଏସ ସରକାର ଡଲାସ ଭିତ୍ତିକ ବ୍ୟବସାୟୀ ମ୍ୟାକେସନକୁ ଦାୟିତ୍ୱ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଭାକସିନ୍ ସେଣ୍ଟର ଖୋଲାଯିବ । ସିଡିସି ବିଭିନ୍ନ ରାଜ୍ୟକୁ କିପରି ଭାବେ ଭାକସିନ୍ ପ୍ରଦାନ କରାଯିବ ସେ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବେ । ତେବେ ଏହି ଭାକସିନକୁ ଲାଇସେନ୍ସ ମିଳିବା ପରେ ପ୍ରଦାନ କରାଯିବ କିମ୍ବା ଜରୁରୀକାଳିନ ସ୍ଥିତି ପାଇଁ  ତ୍ୱରିତ୍ ପ୍ରଦାନ କରାଯିବ ସେନେଇ ସ୍ପଷ୍ଟ ହୋଇନାହିଁ । ତେବେ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍ ଦେବା ଆବଶ୍ୟକ । ପ୍ରଥମ ଡୋଜର କିଛି ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯିବ ।

ଆମେରିକା ସରକାର ମାଗଣାରେ ଏହି ଟିକାକରଣ ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ନ୍ୟୁୟର୍କ ସିଟି, ଚିକାଗୋ, ହୋଷ୍ଟନ, ଫିଲାଡେଲଫିଆ ଓ ସାନ୍ ଆଣ୍ଟୋନିଓରେ ଟିକାକରଣ ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ସ୍ୱାସ୍ଥ୍ୟକର୍ମୀ, ଜାତୀୟ ସୁରକ୍ଷାରେ ନିୟୋଜିତ ଅଫିସର, ଯବାନ, ବରିଷ୍ଠ ନାଗରିକଙ୍କୁ ପ୍ରଥମେ ଟିକା ଦିଆଯିବ । ଏନେଇ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି ।

Leave A Reply

Your email address will not be published.