ପ୍ରିୟମ୍ବଦା ସାମଲ
ଯେବେ ଯେବେ ତୁମେ ମନେପଡ଼ ମୋର
ଖେଳେ ଦୁଃଖର ଲହରୀ
ହୃଦୟ ବିଦାରି ଚକ୍ଷୁରୁ ମୋହର
ଝରେ ଲୋତକର ବାରି।
ବିନା ସ୍ପର୍ଶେ ତୁମେ ପୋଛି ଦେଉଥାଅ
ନୀରବେ ଆଖିର ଲୁହ
ତୁମ ମିଠା କଥା ସତେକି ପୀୟୁଷ
ନ ପାରେ ସମ୍ଭାଳି କୋହ।
ଯେବେ ଯେବେ କିଛି ଭୁଲ କରୁଥାଏ
ନପାରେ ତାପରେ ସହି
ଆଖିର ଲୁହରେ ମନର କୋହରେ
ଭାଙ୍ଗି ପଡୁଥାଏ ଯହିଁ।
ଅନାବନା ଘାସ ପରି ସେ ଭୁଲକୁ
ପାଦରେ ଦିଅତ ଦଳି
ଆଶ୍ଳେଷିଣ ମୋତେ ବୁଝାଇ କୁହ
ତୁ ମୋର ପ୍ରୀତି ଦିପାଳୀ।
ଯେବେ ଯେବେ ତୁମ କଥା ଶୁଣେ ନାହିଁ
ରାଗେ ହୁଅ ଗର ଗର
କିଛିକ୍ଷଣେ ସବୁ ଭୁଲିଯାଇ କୁହ
ଫୁଲେଇ ପ୍ରିୟା ତୁ ମୋର।
ଏତେ ଆକର୍ଷଣ ଆସେ କାହିଁ ପାଇଁ
ବୁଝି ବୁଝିପାରେ ନାହିଁ
ତୁମେ ମୋ ହୃଦୟ ଅଗୁରୁ ଚନ୍ଦନ
ବାସ ମହ ମହ ହୋଇ।
ସାତ ଜନ୍ମ ପାଇଁ ସାଇତି ରଖିବି
ତୁମ ଦିଆ ପ୍ରୀତି ଫୁଲ
ସେ ଫୁଲରେ ନୀତି ମାଳ ଗୁନ୍ଥୁ ଥିବି
ମୂଲ ତା ଅମୂଲ ମୂଲ।
ଭୁବନେଶ୍ଵର