Latest Odisha News

BREAKING NEWS

ଇ-କମର୍ସ କମ୍ପାନୀକୁ ନିର୍ଦ୍ଦେଶ;ବିକ୍ରି ହେବନି ପାକିସ୍ତାନୀ ପତାକା ଓ ସାମଗ୍ରୀ

ନୂଆଦିଲ୍ଲୀ:ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର Amazon India, Flipkart, Ubuy India, Etsy, The Flag Company ପ୍ଲାଟଫର୍ମରୁ ପାକିସ୍ତାନୀ ପତାକା ଓ ପାକିସ୍ତାନ ସମ୍ପର୍କିତ ଉତ୍ପାଦଗୁଡ଼ିକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ଭାବନାକୁ ଧ୍ୟାନରେ ରଖି ସରକାର ଅନଲାଇନ ଇ-କମର୍ସ କମ୍ପାନୀଙ୍କୁ ଚେତାବନୀ ଦେଇଛନ୍ତି ଏବଂ ନୋଟିସ୍ ଜାରି କରିଛନ୍ତି ।

ସମସ୍ତ କମ୍ପାନୀ ଭାରତର ଆଇନ ପାଳନ କରିବା ଉଚିତ। ଏହା ବ୍ୟତୀତ, ଭବିଷ୍ୟତରେ ମଧ୍ୟ ଏହାକୁ ଧ୍ୟାନ ରଖିବା ଉଚିତ୍। ସରକାର ଏହା ମଧ୍ୟ କହିଛନ୍ତି ଯେ, ଦେଶଭକ୍ତିର ଭାବନା ସହିତ ଖେଳିବା ଅନୁଚିତ୍ ।

 

CCPA (କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ) Amazon India, Flipkart, Ubuy India, Etsy, The Flag Company ଏବଂ The Flag Corporation ଭଳି ବଡ଼ ଇ-କମର୍ସ କମ୍ପାନୀଗୁଡ଼ିକୁ ନୋଟିସ୍ ପଠାଇଛି। ଏହି କମ୍ପାନୀଗୁଡ଼ିକ ସେମାନଙ୍କ ପ୍ଲାଟଫର୍ମରେ ପାକିସ୍ତାନୀ ପତାକା ଏବଂ ପାକିସ୍ତାନୀ ସମ୍ପର୍କିତ ଜିନିଷ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

ସରକାର କହିଛନ୍ତି ଯେ ଏପରି ସାମଗ୍ରୀର ବିକ୍ରୟ ଜାତୀୟ ଭାବନା ବିରୁଦ୍ଧରେ ଏବଂ ଏହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ଏହାକୁ ବରଦାସ୍ତ କରାଯିବ ନାହିଁ। ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ ଏପରି ସମସ୍ତ ବିଷୟବସ୍ତୁ ତୁରନ୍ତ ହଟାଇବାକୁ ଏବଂ ଜାତୀୟ ଆଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

Comments are closed.