ଭୁବନେଶ୍ବର: ମାସକ ଯାଏଁ ବୃଷ ରାଶିରେ ରହିବେ ସୂର୍ଯ୍ୟ । ଆଜିଠୁ ଅର୍ଥାତ୍ ମେ’ ୧୫ ତାରିଖ ୧୨ଟା ୨୦ ମିନିଟ ସମୟରେ ମେଷ ରାଶି ଛାଡ଼ି ବୃଷ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର କିଛି ରାଶି ପାଇଁ ପ୍ରତିକୂଳ ପ୍ରଭାବ ପଡିବ । ସେମାନଙ୍କୁ ସତର୍କ ରହିବାକୁ ପଡିବ ।
ସୂର୍ଯ୍ୟଦେବ ବୃଷ ରାଶିରେ ରହିଲେ ,ଏହାର ଅଶୁଭ ପ୍ରଭାବ ଏହି ଚାରି ରାଶି ଉପରେ ପଡ଼ିପାରେ । ଏହି ରାଶିର ଲୋକଙ୍କୁ ସ୍ୱାସ୍ଥ୍ୟ, ଟଙ୍କା ଏବଂ ସମ୍ପର୍କ କ୍ଷେତ୍ରରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ବୃଷ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ଦ୍ବାରା କେଉଁ ରାଶିର ବ୍ୟକ୍ତି ବିଶେଷ ସତର୍କ ରହିବା ଦରକାର ଆସନ୍ତୁ ଜାଣିବା..
କୁମ୍ଭ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ବାରା କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କୁ କିଛି ଖରାପ ଖବର ଶୁଣିବାକୁ ମିଳିପାରେ । ଏହା ପରିବାର କିମ୍ବା ବନ୍ଧୁମାନଙ୍କୁ ନେଇ ଖବର ହୋଇପାରେ । ଖାସ୍ କରି ପରିବାରର ଜଣେ ବରିଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତେଣୁ ବୟସ୍କଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଏଥିସହ ମେ’ ୧୫ରୁ ଜୁନ୍ ୧୫ ମଧ୍ୟରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଟଙ୍କା ହରାଇବାର ସମ୍ଭାବନା ରହିଛି ।
ମେଷ: ଏହି ରାଶିର ବ୍ୟକ୍ତିମାନଙ୍କୁ ସତର୍କ ରହିବା ଉଚିତ୍ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଆପଣଙ୍କୁ ହଇରାଣରେ ପକାଇ ପାରେ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ହାତ, ଗୋଡ କିମ୍ବା ଆଖି ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ସତର୍କତାର ସହ ଗାଡି ଚାଳନା କରନ୍ତୁ । ଜବ୍ କରୁଥିବା ଲୋକଙ୍କ ପାଇଁ ଏହି ସମୟ ପ୍ରତିକୂଳ ରହିଛି । ସହକର୍ମୀମାନେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି । ଅଫିସ୍ ରେ ସତର୍କତା ଅବଲମ୍ବନ କରନ୍ତୁ ।
ତୁଳା: ଏହି ରାଶିର ଲୋକଙ୍କୁ ମିଶ୍ରିତ ଫଳ ମିଳିପାରେ । ଆପଣଙ୍କ ପାରିବାରିକ ଜୀବନ ଚାପଗ୍ରସ୍ତ ହୋଇପାରେ । ବୈବାହିକ ଜୀବନରେ ମତଭେଦ ଅବା ଦ୍ୱନ୍ଦ୍ୱର ପରିସ୍ଥିତି ଦେଖାଦେଇପାରେ । ଜୀବନସାଥୀଙ୍କ ସହିତ ବିବାଦ ଉପୁଜିପାରେ । ଆପଣ ଧୈର୍ଯ୍ୟ ଏବଂ ଶାନ୍ତ ରୁହନ୍ତୁ । ପରିବାର ସଦସ୍ୟଙ୍କ ଏପରି କିଛି କୁହନ୍ତୁ ନାହିଁ, ପରେ ଅନୁତାପ କରିବେ ।
ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମଙ୍ଗଳମୟ ନୁହେଁ । ଏହି ସମୟ ଚ୍ୟାଲେଞ୍ଜିଂ ରହିବ । ଆପଣଙ୍କ ପ୍ରିୟଜନଙ୍କ ସହ ସମ୍ପର୍କ ଖରାପ ହୋଇପାରେ । ତେଣୁ ଭାବିଚିନ୍ତି କଥା ହୁଅନ୍ତୁ ଏବଂ ବ୍ୟବହାର କରନ୍ତୁ। ଆପଣ ଚିନ୍ତାରେ ପଡିପାରନ୍ତି । କାମରେ ବାଧା ଦେଖାଯାଇପାରେ । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଘର ଲୋକଙ୍କ ଶରୀରର ଯତ୍ନ ନିଅନ୍ତୁ ।
Comments are closed.