Latest Odisha News

BREAKING NEWS

ବ୍ରହ୍ମୋସ୍‌କୁ ଦେଖି ବିଶ୍ୱ କାବା, କିଣିବା ପାଇଁ ଲମ୍ବା ଲାଇନ

ନୂଆଦିଲ୍ଲୀ: ବ୍ରହ୍ମୋସ ମିସାଇଲ୍‌ର ଜବାବ ନାହିଁ।ପାକିସ୍ତାନ ଉପରେ ଏହା ଏଭଳି ଧ୍ବଂସଲୀଳା ରଚିଛି ଯେ ଏବେ ବ୍ରହ୍ମୋସ୍‌ କିଣିବାକ ପାଇଁ ଲମ୍ବା ଲାଇନ। ପାକିସ୍ତାନ ଭିତରେ ପଶି ୧୩ଟି ଏୟାରବେସ୍‌କୁ ଧ୍ବଂସ କରିଛି ବ୍ରହ୍ସୋସ। ବ୍ରହ୍ମୋସ୍‌ ପ୍ରୁଫ କରିଦେଇଛି ଯେ ଏହା ହେଉଛି ଶତ୍ରୁକୁ ବରବାଦ କରିବାର ଅମୋଘ ଅସ୍ତ୍ର। ତେଣୁ ଏହାକୁ ନିଜ ନିଜ ସେନାରେ ସାମିଲ କରିବାକୁ ଭାରତ ନିକଟରେ ଲାଇନ ଲଗାଇଲେଣି ଦେଶ।

୨୦୨୨ ହୋଇଥିବା ଡିଲ୍ ଅନୁସାରେ ଗତ ମାସରେ ହିଁ ଫିଲିପାଇନ୍ସକୁ ଦ୍ବିତୀୟ ଦଫାରେ ବ୍ରୋହ୍ମସ ମିଶାଇଲ ଦେଇଛି ଭାରତ। ଆଉ ଏବେ ପାକିସ୍ତାନ ଉପରେ ପରାକ୍ରମ ଦେଖାଇବା ପରେ ଭିଏତନାମ ସହ ବି ଡିଲ୍ ଫାଇନାଲ ହେବାକୁ ବାକି ରହିଛି। ଚୀନ ବିରୋଧରେ ବ୍ରହ୍ମୋସ କାମରେ ଲଗାଇବାକୁ ଆଶା ରଖିଛି ଭିଏତନାମ। ସେହିପରି ସୁଖୋଇ ଫାଇଟର ଜେଟ ଏବଂ କେଡାହ କ୍ଲାସ ଯୁଦ୍ଧ ଜାହାଜ ପାଇଁ ମାଲେସିଆ ବି ବ୍ରୋହ୍ମସ କିଣିବାକୁ ଯାଉଛି। ସେପଟେ ବ୍ରୋହ୍ମସ କିଣିବାକୁ ଭାରତ ସହ କଥାବର୍ତ୍ତା ଚଳାଇଛନ୍ତି ଥାଇଲାଣ୍ଡ, ସିଙ୍ଗାପୁର, ବ୍ରୁନେ। ବ୍ରାଜିଲ, ଚିଲି, ଆର୍ଜେଣ୍ଟିନା, ଭେନେଜୁଆଲା ବି ସେମାନଙ୍କ ନେଭି ଓ ଉପକୂଳ ସୁରକ୍ଷା ପାଇଁ ବ୍ରୋହ୍ମସ ପାଇଁ ଆଗ୍ରହ ଦେଖାଇଥିବା ଜଣାପଡିଛି। ଏହାମଧ୍ୟ ସୂଚନା ରହିଛି ଯେ ବ୍ରୋହ୍ମସ ନେବାକୁ ଇଜିପ୍ଟ ,ସାଉଦି ଆରବ, ୟୁଏଇ, ଓମାନ ଓ କାତାର ଭଳି ଦେଶ ଭାରତ ସହ ଆରମ୍ଭ କରିଛନ୍ତି କଥାବାର୍ତ୍ତା। ଦକ୍ଷିଣ ଆଫ୍ରିକା,ବୁଲେଗେରିଆ ମଧ୍ୟ ବ୍ରୋହ୍ମସ କିଣିବା ସଂଭାବନା ରହିଛି।

ପୂର୍ବରୁ ଏହି ବ୍ରହ୍ମୋସ ମିସାଇଲ ୩୦୦ କିଲୋମିଟର ଭିତରେ ଟାର୍ଗେଟ୍‌କୁ ହିଟ୍‌ କରୁଥିଲା । କିନ୍ତୁ ଏହା ଭିତରେ ଏହାର କ୍ଷମତା ଯଥେଷ୍ଟ ବଢ଼ିଯାଇଛି । ଏବେ ସୁପରସୋନିକ ବେଗରେ ଏହି ମିସାଇଲ ୮୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ‘ଫାୟାର ଆଣ୍ଡ୍ ଫରଗେଟ୍’ ସିଷ୍ଟମରେ କାମ କରିଥାଏ ବ୍ରହ୍ମୋସ । ଯାହାକୁ ସ୍ଥଳ,ଜଳ ଏବଂ ଆକାଶରୁ ମଧ୍ୟ ଏହାକୁ ଲଞ୍ଚ୍ କରାଯାଇପାରିବ ।

Comments are closed.