Latest Odisha News

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ ପ୍ରଶଂସା

ମାଲକାନଗିରି: ମାଲକାନଗିରିରେ ଚୋରି କି ଡକାୟତି କରିବାକୁ ଆସୁଥିଲେ ସାବଧାନ । ଏଣିକି ପୋଲିସ ହାତରୁ ଆଉ ଖସିପାରିବେନି ଚୋର । ଚୋରଙ୍କୁ ଧରିବାକୁ ସହରରେ ଲାଗିଛି ସିସିଟିଭି କ୍ୟାମେରା । ୩୨୬ ନମ୍ବର ଜାତିୟ ପଥର ବାଲିମେଳା ଟ୍ରାଫିକ୍ ଛକ ଉପରେ ଲାଗିଛି ଏହି ସବୁ କ୍ୟାମେରା ।

ଅପରାଧିଙ୍କ ଉପରେ ନଜର ରଖିବା ଲାଗି ସହରବାସୀ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ଶେଷରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଛକରେ ସିସିଟିଭି କ୍ୟାମେରା ଲଗାଇଛନ୍ତି ସହରର ଜଣାଶୁଣା ସ୍ବେଚ୍ଛାସେବୀ ବିନୋଦ ଟାୱାରି । ଲୋକଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇଥିବାରୁ ବିନୋଦଙ୍କୁ ସ୍ଥାନିୟ ଲୋକେ ଧନ୍ୟବାଦ ଜଣାଇଛନ୍ତି ।

ଚିତ୍ରକୋଣ୍ଡା, ଜୟପୁର, ମୋଟୁ ସହ ପୋଡଶୀ ଛତିଶଗଡ କି ଆନ୍ଧ୍ରପ୍ରଦେଶର ଯେକୌଣସି ସହରକୁ ଯିବାକୁ ହେଲେ ଏହି ବାଲିମେଳା ଛକ ଦେଇ ଯିବାକୁ ପଡେ । ଅପରାଧି ଘଟାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ଅପରାଧିଙ୍କ ଉପରେ ଏଣିକି ତିଖ୍ନ ନଜର ରଖିବ ଏହି ଡେ ଆଣ୍ଡ ନାଇଟ୍ କ୍ୟାମେରା ।

ମାଲକାନଗିରି ଜିଲ୍ଲାରେ ଚୋରି ଓ ଡକାୟତି ସଂଖ୍ୟା ବଢୁଛି । ପ୍ରତିଦିନ ଲୁଟ, ରାହାଜାନୀ, ଚୋରି, ମର୍ଡର ଭଳି ବିଭି୍ନ୍ନ ଅପରାଧ ଘଟୁଛି । ଚୋର ଖସିପଳାଉ ଥିବା ବେଳେ ସେମାନଙ୍କୁ ଧରିବାରେ ବିଫଳ ହେଉଛି ମାଲକାନଗିରି ପୋଲିସ । ଏପରିସ୍ଥଳେ ସ୍ବେଚ୍ଛାସେବୀ ବିନୋଦ ଟାୱାରିଙ୍କ ଏହି ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ ।

Leave A Reply

Your email address will not be published.