Latest Odisha News

BREAKING NEWS

ଛତିଶଗଡ଼ ଦୁର୍ଗରେ ଏପ୍ରିଲ ୬ରୁ ଲକଡାଉନ୍‌

ଛତିଶଗଡ଼ : ଦେଶରେ ଦିନକୁ ଦିନ ବଢୁଛି କରୋନା ମାମଲା । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ଦୁର୍ଗରେ ଲାଗି ହୋଇଛି କଟକଣା । ମହାମାରୀ ପାଇଁ ଦୁର୍ଗ ଜିଲ୍ଲାରେ ଲାଗୁ ହୋଇଛି ସଂପୂର୍ଣ୍ଣ ଲକଡାଉନ୍ । ଆସନ୍ତା ଏପ୍ରିଲ ୬ରୁ ୧୪ ଯାଏଁ ଏଠାରେ ସମୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ସେବା ଗୁଡିକୁ ବାଦ ଦେଲେ ବାକି ସେବା ବନ୍ଦ ରହିବ । ଏହାଛଡା ଜଗଦଲପୁର ରମେୟାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଯଦି ଏଠାରେ ସଂକ୍ରମଣ ବଢ଼େ ତେବେ ଲକଡାଉନ ଅବଧିକୁ ବୃଦ୍ଧି କରାଯିବ । ପ୍ରଶାସନର ଲକଡାଉନ ନିଷ୍ପତ୍ତିକୁ ଲୋକେ ମାନିବା ସହ ଅଟଥା ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଛତିଶଗଡ ରାଜଧାନୀ ରାୟପୁରରେ ୧୩୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଦୁର୍ଗରେ ୪୦ ହଜାରରୁ ଅଧିକ ସଂକ୍ରମିତ ହେଲେଣି ।

Leave A Reply

Your email address will not be published.