Latest Odisha News

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ଯାଞ୍ଚ ହେବ ସିସିଟିଭି

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ଭୋଟିଂ ବେଳେ ଇଭିଏମ୍ ଭାଙ୍ଗିଥିବା ଘଟଣାରେ ଯାଞ୍ଚ ହେବ ସିସିଟିଭି । ଗିରଫ  ହେଲା ପରେ ନିଜର ସଫେଇ ଦେଇ ସିସିଟିଭି ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ ପ୍ରଶାନ୍ତ । ଯାହାକୁ ଦୃଷ୍ଟିରେ ରଖି ସିସିଟିଭି ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ଏସପି ।

ଗତକାଲି ଭୋଟିଂ ସମୟରେ ଇଭିଏମ ଭଙ୍ଗାରୁଜା ମାମଲାକୁ ନେଇ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ । ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଇଭିଏମ୍ ଭଙ୍ଗାରୁଜା କରିଥିଲେ ପ୍ରଶାନ୍ତ। ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାପରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ଫେରାର ହେବାକୁ ଚେଷ୍ଟା କରିବା ବେଳେ ପୋଲିସ କାବୁ କରି ଖୋର୍ଦ୍ଧା ରିଜର୍ଭ ପୋଲିସ କ୍ୟାମ୍ପସରେ ପ୍ରଶାନ୍ତଙ୍କୁ ଅଟକ ରଖିଥିଲା । ପରେ ଏହାକୁ ନେଇ ଥାନା ଆଗରେ ନିଜର ସମର୍ଥକଙ୍କ ସହ ଧାରଣ ଦେଇଥିଲେ ପ୍ରଶାନ୍ତ । ଏହାପରେ ଜଣେ ବିଧାୟକଙ୍କ ଏଭଳି ଘଟଣାକୁ ସାଧାରଣ ମହଲରେ ନିନ୍ଦା କରାଯାଇଥିଲା । ତେବେ ବେଗୁନିଆ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଏହାକୁ ଦୃଢ଼ ନିନ୍ଦା କରିବା ସହ ଏନେଇ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ବେଳେ ସିସିଟିଭି ଯାଞ୍ଚ ପାଇଁ ଅନୁରୋଧ କରିଥିଲେ ପ୍ରଶାନ୍ତ । ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଏସପି ।

Leave A Reply

Your email address will not be published.