Latest Odisha News

BREAKING NEWS

ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି: ବିଜେଡି

ଭୁବନେଶ୍ଵର: ନିର୍ବାଚନ ଯୋଗୁଁ ବିରୋଧୀ ମିଛ ଓ ଭୁଲ ତଥ୍ୟ ଦେଇ ଭ୍ରମ ସୃଷ୍ଟି କରୁଛନ୍ତି । ଶକ୍ତିର ଆବଶ୍ୟକତା ବଢିଲେ ଦେଶର ବିକାଶ ହୁଏ । ମେକ ଇନ୍ ଓଡିଶା ପରି କାର୍ଯ୍ୟକ୍ରମ ଦ୍ୱାରା ଶିଳ୍ପ ଆସୁଛି । ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି । କାରଣ ୯୦% ଓଡ଼ିଶାବାସୀ ଏହି ଲାଭ ପାଇବେ । ଏହା ନିର୍ବାଚନରେ ପ୍ରଭାବ ପକାଇବ । ସେଥିପାଇଁ ବିଜେପି ଭ୍ରମ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି କହିଛି ଯେ, ଶକ୍ତି ଉତ୍ପାଦନ ଅନ୍ୟ ରାଜ୍ୟକୁ ଦିଆଯାଉଛି । କିନ୍ତୁ ଓଡ଼ିଶା ପାଉ ନାହିଁ । ଅନ୍ୟ ରାଜ୍ୟ ଠାରୁ ଓଡ଼ିଶାରେ ଅଧୀକ ଦର । ଓଡିଶା ଶକ୍ତି ଉତ୍ପାଦନ କରେ ନାହିଁ । ଅନ୍ୟ ରାଜ୍ୟକୁ ବିଜୁଳି ଦେବା ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତି, ଓଡ଼ିଶା ନୁହେଁ । ଦର ଶକ୍ତି ନିୟନ୍ତ୍ରଣ କମିସନ ନିର୍ଧାରଣ କରେ । ବିଜୁଳି ଦର ସବୁ ରାଜ୍ୟ ପାଇଁ ସମାନ । ଗ୍ରାହକ ଜାଣିବା ଦରକାର, ଯେ ଓଡିଶାକୁ ମିଳୁଥିବା ଶକ୍ତି କମ । NTPC ପରି ସଂସ୍ଥା ଓଡ଼ିଶାରୁ ଲାଭ ନେଉଛନ୍ତି । ହେଲେ ଓଡ଼ିଶା ପାଇଁ କିଛି କରୁ ନାହାନ୍ତି । ଆମେ ଲଢେଇ କରିଛୁ ଯେ ଆମ ଶିଳ୍ପ ପାଇଁ ଯେତେ ଶକ୍ତି ଦରକାର, ତାହା ଦିଅନ୍ତୁ ।

NTPC ପରି ସଂସ୍ଥା ଓଡ଼ିଶାରେ ଥିଲେ ବି ଓଡ଼ିଶା ଯୁବକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେଉ ନାହାନ୍ତି । ମୁଖ୍ୟମନ୍ତ୍ରୀ ସଂଘୀୟ ସହାଭାଗିତାରେ ବିଶ୍ୱାସ କରନ୍ତି । ତେଣୁ ଭାରତକୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ଭି କରିବାରେ ଓଡ଼ିଶା ମଧ୍ୟ ସହଯୋଗ କରୁଛି । କାରଣ ଏଠି କୋଇଲା ଅଧିକ । ନିଜେ ବିଜୁଳି ଉତ୍ପାଦନ କରିବାର କ୍ଷମତା ରଖିଛି ଓଡ଼ିଶା । ଗତ ପାଞ୍ଚ ବର୍ଷ ହେଲାଣି, ଯେପରି ଭାରତରେ ଦରଦାମ ବଢିଛି, ଲୋକଙ୍କ ଉପରେ ଚାପ ବଢିଛି । ତେଣୁ ଖର୍ଚ୍ଚ କମ କରିବାକୁ କେନ୍ଦ୍ର ଉପରେ ନିର୍ଭର ନ କରି ନିମ୍ନ ମଧ୍ୟବିତ୍ତଙ୍କ ଜୀବନ ଧାରା ପରିବର୍ତନ କରିବାକୁ ମାଗଣା ବିଜୁଳି କଥା ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଛି ବିଜେଡି ।

Leave A Reply

Your email address will not be published.