Latest Odisha News

BREAKING NEWS

ଜାନୁଆରୀ ୨୨ରେ ହାଫ୍ ଡେ ଛୁଟି ଘଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାମ ମନ୍ଦିର ଉଦଘାଟନ ପାଇଁ ଉତ୍ସବର ମାହୋଲ । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଜାନୁଆରୀ ୨୨ତାରିଖକୁ ହାଫ୍ ଡେ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତୀଷ୍ଠା ପାଇଁ ଜାନୁଆରୀ ୨୨ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଦିନ ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ସମସ୍ତ କର୍ମଚାରୀ କିଭଳି ଏହି ଉତ୍ସବରେ ଅଂଶଗ୍ରହଣ କରିବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ଏକ ନିଷ୍ପତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୋଆ, ହରିୟାଣା ଏବଂ ଛତିଶଗଡ ସରକାର ଛୁଟି ଘୋଷଣା କରିଥିଲେ ।

Leave A Reply

Your email address will not be published.