Latest Odisha News

BREAKING NEWS

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ‘ସୁପର୍ଣ୍ଣଖା ପରି ବ୍ୟବହାର କରୁଛି କଂଗ୍ରେସ’

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭଗବାନ ରାମଙ୍କର ଏକ ବିଶାଳ ମନ୍ଦିର ନିର୍ମାଣ କରାଯାଉଛି । ଜାନୁଆରୀ 22ରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ସମାରୋହ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ହୋଇଛି । ପ୍ରାଣ ପ୍ରତିଷ୍ଠାରେ ଭାଗ ନେବାକୁ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ପ୍ରରିପେକ୍ଷିରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସାମାନେ ଏହାକୁ ରାଜନୈତିକ କାର୍ଯ୍ୟକ୍ରମ କହି ଏଥିରେ ଭାଗ ନନେବାକୁ ମନା କରିଦେଇଛନ୍ତି ।

ଯାହାକୁ ନେଇ ରାଜନୀତି ଏବେ ସରଗରମ ହୋଇଛି । ଶାସକ ଦଳର ନେତାମାନେ କଂଗ୍ରେସ ଉପରେ ବହୁ କଟାକ୍ଷ ମଧ୍ୟ କରୁଛନ୍ତି । ଏହି ସମୟରେ, ରାଜସ୍ଥାନ ହବାମହଲ ବିଧାନସଭା ଆସନରୁ ବିଜେପି ବିଧାୟକ ବାଲ ମୁକୁନ୍ଦାଚାର୍ଯ୍ୟ ଏକ ବଡ଼ ବୟାନ ଦେଇଛନ୍ତି ସେ କହିଛନ୍ତି ଯେ, ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନ ଯିବା କହି କଂଗ୍ରେସ ‘ସୁପର୍ଣ୍ଣଖା’ ଭଳି ଆଚରଣ କରୁଛି ।

ସେ ଆହୁରି କହିଛନ୍ତି ଯେ, ‘ସୁପର୍ଣ୍ଣଖା’ ଙ୍କୁ କୁହ ଯେ, ରାମ ଉତ୍ସବକୁ ଆସିବାକୁ ପଡିବ । ବାଲ ମୁକୁନ୍ଦାଚାର୍ଯ୍ୟ କହିଛନ୍ତି ‘ଯେଉଁମାନେ ରାମଙ୍କ ଯୁଗରେ ରାମଙ୍କ ବିରୁଦ୍ଧରେ ଥିଲେ ସେମାନେ ଏବେ ଛଦ୍ମବେଶରେ ଆସିଯାଇଛନ୍ତି । କେବଳ ଯେଉଁମାନେ ରାମଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ସେମାନେ ଦର୍ଶନ ପାଇଁ ଯିବେ । ଯେଉଁମାନେ ରାମ ସେତୁ କୁ ଭାଙ୍ଗିଛନ୍ତି ସେମାନେ ରାମ ବିରୋଧୀ । ରାମ ମନ୍ଦିର ନିର୍ମାଣ ନ ହେଉ ସେଥିପାଇଁ ମଧ୍ୟ ବହୁ ଚେଷ୍ଟା କରାଯାଇଥିଲା’ ।

 

Leave A Reply

Your email address will not be published.