Latest Odisha News

BREAKING NEWS

ପିପିଲି ଉପନିର୍ବାଚନ: ଆଶ୍ରିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ଶୋ

ପୁରୀ: ପିପିଲି ଉପନିର୍ବାଚନ ଲାଗି ଜମିବାରେ ଲାଗିଛି ପ୍ରଚାର । ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରିଥିଲେ । ଆଜି ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରୁଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Central Minister Dharmendra Pradhan Campaigning for Pipili Bye Election

ଦଳ ପକ୍ଷରୁ ଉତ୍ତରା ଛକ ଠାରୁ ପିପିଲି ପର୍ଯ୍ୟନ୍ତ ରୋଡ ଶୋ କରାଯାଇଛି । କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ଗ୍ୟାସ  ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ  ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ରାଜ୍ୟସ୍ତରୀୟ ନେତୃବୃନ୍ଦ ଏହି ରୋଡ ଶୋରେ ସାମିଲ୍ ହୋଇଛନ୍ତି । ଉତ୍ତରାରୁ ଶାତସଙ୍ଖ ଯାଏ ବାଇକ୍ ରାଲି କରାଯାଇଛି ।

ଆସନ୍ତା ୧୭ ତାରିଖରେ ପିପିଲିରେ ମତଦାନ ହେବାକୁ ଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ସବୁ ଦଳ । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ସଂକ୍ରମିତ ହୋଇଥିବାରୁ ଦଳର ଅନ୍ୟ ନେତା ପ୍ରଚାରରେ ଲାଗି ପଡ଼ିଛନ୍ତି ।

Leave A Reply

Your email address will not be published.