Latest Odisha News

BREAKING NEWS

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା ଉତ୍ତର ପ୍ରକାଶିତ; ସବିଶେଷ ବିବରଣୀ ଏଠାରେ ପଢ଼ନ୍ତୁ

ଜୟପୁର: ସେପ୍ଟେମ୍ବର ୨୧ରେ ରାଜସ୍ଥାନର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ CUCET (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା) ଉତ୍ତର ପ୍ରକାଶ କରିଛି।

ପରୀକ୍ଷା ପାଇଁ ଆସିଥିବା ଛାତ୍ରମାନେ CUCET ଅଫିସିଆଲ୍ ସାଇଟ୍ cucetexam.in ପରିଦର୍ଶନ କରି ସେମାନଙ୍କର ଉତ୍ତର ଯାଞ୍ଚ କରିପାରିବେ ।

ପ୍ରାର୍ଥୀମାନେ ସେପ୍ଟେମ୍ବର ୨୧ ରୁ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଉତ୍ତରକୁ ନେଇ ଆପତ୍ତି ଉଠାଇ ପାରିବେ। ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୩୦ରେ ଚୂଡ଼ାନ୍ତ ଉତ୍ତର  ପ୍ରକାଶ କରିବ।

ସେପ୍ଟେମ୍ବର ୧୮ ରୁ ୨୦ ପର୍ଯ୍ୟନ୍ତ ଦେଶର ୧୪ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଚାରୋଟି ରାଜ୍ୟ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଆଡମିଶନ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାଧାରଣ ପ୍ରବେଶିକା ପରୀକ୍ଷା କରାଯାଇଥିଲା।

Leave A Reply

Your email address will not be published.