Latest Odisha News

BREAKING NEWS

ସୋଆରେ ୨୬ତମ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିବା ସହ ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓଡିଶାରେ ୨ୟ ଥର ପାଇଁ ଆୟୋଜିତ ହୋଇଛି ବୋଲି କହି ନିଜର ଖୁସି ବ୍ୟକ୍ତ କରିଥିଲେ । ପୂର୍ବରୁ ଏହା ୨୦୦୫ ମସିହାରେ ଆୟୋଜିତ ହୋଇଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଭୁବନେଶ୍ୱର ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତର ଜ୍ଞାନର ଗନ୍ତାଘର ଭାବେ ବିବେଚିତ ହେବାକୁ ଯାଉଛି । ଏଠାରେ ଶିକ୍ଷା ଓ ଗବେଷଣାତ୍ମକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଗୁଡିକ ରହିଛି । ସେଥିମଧ୍ୟରେ ଆଇଆଇଟି, ଏମ୍ସ, ନାଇଜର, ଇନଷ୍ଟିଚ୍ୟୁଟ୍ ଅଫ ଫିଜିକ୍ସ ତଥା ଲାଇଫ ସାଇନ୍ସ ପରି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଗୁଡିକରୁ ବିଭିନ୍ନ ଦେଶ ତଥା ରାଜ୍ୟ ବାହାରୁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିପାରିଛନ୍ତି ।

“ଏହି ସହରରେ ଅନେକ ଗୁଡିଏ ଦର୍ଶନୀୟ ସ୍ଥାନ ରହିଛି । ମୁଁ ଆଶା କରୁଛି ଆପଣ ଏଠାରେ ରହିବା ସହ ଦର୍ଶନୀୟ ସ୍ଥାନ ବୁଲିବାର ମଜା ଉଠାଇପାରିବେ ବୋଲି ସେ କହିଛନ୍ତି । ଏହି ଅବସରରେ ସେ ଏସିଆନ ଏବଂ ଉପସାଗରୀୟ ଦେଶୀ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ବୈଜ୍ଞାନିକ ତଥା ସେମାନଙ୍କ ଗାଇଡମାନଙ୍କୁ କହିଥିଲେ ।

ଚଳିତ ବର୍ଷର କଂଗ୍ରେସରେ ବିଜ୍ଞାନ, ଟେକ୍ନୋଲୋଜି ତଥା ସ୍ୱଚ୍ଛ, ସବୁଜ ଓ ସୁସ୍ଥ ରାଷ୍ଟ୍ର ଗଠନ ନିମନ୍ତେ ପରିବେଶ ତଥା ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଇଛି । “ଆମ ଜୀବନ ମାନଦଣ୍ଡର ଅଭିବୃଦ୍ଧି ନିମନ୍ତେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ଭବିଷ୍ୟତର ଏହି ଯୁବବର୍ଗ ମାନଙ୍କୁ ସଠିକ୍ ମାର୍ଗରେ ପରିଚାଳନା କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ।

ପ୍ରାୟ ୨୫ ବର୍ଷ ଧରି ଏହି ଇଭେଣ୍ଟ ନ୍ୟାସନାଲ୍ କାଉନସିଲ୍ ଫର୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ୍ (ଏନସିଏସସିି)ର ସହଯୋଗରେ ଆୟୋଜିତ ହେଉଥିବାବେଳେ ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟ) ଏହାର ୨୬ତମ ସଂସ୍କରଣ ଆୟୋଜନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଏକ ଜଣାଇଛନ୍ତି ।

ଏହି ସମ୍ମିଳନୀରେ ଦେଶ ଭିତରୁ ୧୦ ରୁ ୧୭ ବର୍ଷ ବୟସର ସ୍କୁଲ୍ରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ସ୍କୁଲ୍ ଯାଉନଥିବା ଶିଶୁମାନେ, ଦିବ୍ୟାଙ୍ଗ ପିଲାମାନଙ୍କ ସମେତ ୫ଟି ଗଲ୍ଫ ଏବଂ ୧୦ଟି ଏସିଆନ୍ ରାଷ୍ଟ୍ରର ଶିଶୁମାନେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.