Latest Odisha News

BREAKING NEWS

ଦିଲ୍ଲୀ ଲଢ଼େଇ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂତନ ଅଧ୍ୟାଦେଶ ଜାରୀ କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀର କ୍ଷମତା କାହା ହାତରେ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଓ ଏଲଜିଙ୍କ ମଧ୍ୟରେ ଲଢ଼େଇ ଜାରୀ ରହିଛି । କିଛି ଦିନ ତଳେ ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ବଦଳି ଘଟଣା ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୁପ୍ରିମକୋର୍ଟ ମଧ୍ୟ ନିର୍ବାଚିତ ସରକାରଙ୍କ ପାଖରେ ଏହି କ୍ଷମତା ରହିବା ଆବଶ୍ୟକ ବୋଲି କହିଥିଲା । ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟି ଏହାକୁ ଏକ ବୃହତ ବିଜୟ ଭାବେ ବର୍ଣ୍ଣନା କରିଥିଲେ । ଏବେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନୂତନ ଅଧ୍ୟାଦେଶ ଜାରୀ କରିଛନ୍ତି । ଏଥିରେ ପୋଷ୍ଟିଂ ଏବଂ ବଦଳିର ପ୍ରକୃତ ବସ ଏଲଜି ସାଜିବେ ।

ଦିଲ୍ଲୀ ସରକାର ଯାହା ବି କିଛି ନିଷ୍ପତି ନେବେ ଶେଷରେ ମୋହର ମାରିବା କ୍ଷମତା କିନ୍ତୁ ଉପ ରାଜ୍ୟପାଳଙ୍କ ନିକଟରେ ରହିବ । ଏ ନେଇ ପୁନର୍ବାର ଆମ ଆଦମୀ ପାର୍ଟି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି । ଏହି ଅଧ୍ୟାଦେଶ ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ଆପ ପକ୍ଷରୁ କୁହାଯାଇଛି । ନୂତନ ଅଧ୍ୟାଦେଶରେ ଦିଲ୍ଲୀରେ ସିଭିଲ ସେବା ପ୍ରାଧୀକରଣ ଗଠନ କରାଯିବ । ଏହି କମିଟିର ବହୁମତ ଆଧାରରେ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କରାଯିବ । କମିଟିରେ ୩ଜଣ ସଦସ୍ୟ ରହିବେ । ସେମାନେ ହେଲେ ଦିଲ୍ଲୀ ମୂଖ୍ୟମନ୍ତ୍ରୀ, ମୂଖ୍ୟ ଶାସନ ସଚିନ ଓ ଗୃହ ବିଭାଗର ପ୍ରଧାନ ସଚିବ ।

Leave A Reply

Your email address will not be published.