Latest Odisha News

BREAKING NEWS

କୋଝିକୋଡ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

କୋଚି: କେରଳ କୋଝିକୋଡ ବିମାନ ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟିଲା? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଦୁଇଟି ଟିମ୍ ଗଠନ କରାଯାଇଛି ।

ତଦନ୍ତକାରୀ ଟିମରେ ଏୟାର ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ଓ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋକୁ (ଏଏଆଇବି) ସଦସ୍ୟ ରହିବେ । ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବିଶେଷଜ୍ଞ ଟିମ୍ ।

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, କୋଝିକୋଡରେ ଉଦ୍ଧାର କାର‌୍ୟ୍ୟ ଶେଷ ହୋଇଛି । ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା କରାଯାଉଛି । ଏପଟେ ଆଜି ଦିଲ୍ଲୀରେ ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟ ମହାନିର୍ଦ୍ଦେଶକ, ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଏଯାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି ।

Leave A Reply

Your email address will not be published.