Latest Odisha News

BREAKING NEWS

ଆଜିଠୁ ଦୁଇ ଦିନ ନୂଆପଡ଼ା ଓ ଖରିଆର ରୋଡ୍ ଏନଏସି ସଟଡାଉନ୍

ନୂଆପଡ଼ା: କରୋନା ଚେନ୍ ଭାଙ୍ଗିବାକୁ ସଟଡାଉନ୍ । ଆଜିଠୁ ଦୁଇ ଦିନ ନୂଆପଡ଼ା ଓ ଖରିଆର୍ ରୋଡ୍ ଏନଏସି ସଟଡାଉନରେ ରହିବ । ଏନେଇ ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ ।

ସକାଳ ୭ଟାରୁ ଦିନ ୧୧ଟା ଯାଏଁ ସଟଡାଉନ୍ କଟକଣାକୁ କୋହଳ କରାଯିବ । ଏହି ଦୁଇ ଦିନିଆ ସଟଡାଉନ୍ ବେଳେ ସମସ୍ତ କଟକଣାକୁ କଡ଼ାକଡ଼ି କରାଯିବ । କୋଭିଡ୍ ନିୟମକୁ ମାନିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମିତ ହୋଇଛନ୍ତି ୧୬୨ ଜଣ। ୧୨୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ ରହିଛି ୩୭ ।

Leave A Reply

Your email address will not be published.