Latest Odisha News

ସୁୁଧ ଉପରେ ଆଉ ପଡିବନି ସୁଧ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଆସିଲା ଖୁସି ଖବର । ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା ଋଣ, ଗୃହଋଣ, କ୍ରେଡିଟ କାର୍ଡ, ଗାଡି ଋଣ ପ୍ରତି ଏହା ଲାଗୁ ହେବ ।

ପୂର୍ବରୁ  କରୋନା କାଳରେ ବ୍ୟାଙ୍କ ଗୁଡିକ ଋଣ ଉପରେ ମୋରାଟରିୟମ ଘୋଷଣା କରିଥିଲେ । ମାର୍ଚ୍ଚରୁ ଅଗଷ୍ଟ ୬ ମାସ ଯାଏଁ ଏହି ମୋରାଟରିୟମ ଘୋଷଣା କରାଯାଇଥିଲା । ଅର୍ଥାତ ଏହି ସମୟରେ ଲୋକଙ୍କ ରୋଜଗାର ଚାଲିଯିବା ସହ ଦରମା କାଟ ହେଉଥିବାରୁ ଋଣ ଉପରେ ସୁଧ ପରିଷୋଧ କରିବା ପାଇଁ ଅସମର୍ଥ ଗ୍ରାହକ ଚାହିଁଲେ ସୁଧ ପରିଷୋଧ ପାଇଁ ଅତିରିକ୍ତ ସମୟ ନେଇପାରିବେ ।

ହେଲେ ଆଶଙ୍କା ଥିଲା ଯେ, ସୁଧ ପରିଷୋଧ ନକଲେ ଗ୍ରାହକଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବ । ଯାହାକୁ କମ୍ପାଉଣ୍ଡ ସୁଧ ବୋଲି କୁହାଯାଏ । ହେଲେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ସୁଧ ଉପରେ ସୁଧ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି । ସୁପ୍ରିମକୋର୍ଟରେ ସରକାର କହିଛନ୍ତି ଯେ, ଏହି ବିପତି ସମୟରେ କ୍ଷୁଦ୍ର ଋଣକାରୀଙ୍କ ସହିତ ସରକାର ଅଛନ୍ତି । ତେଣୁ ୨ କୋଟି ଯାଏଁ ଋଣ ଉପରେ ଏହି ଅତିରିକ୍ତ ସୁଧ ବା ସୁଧ ଉପରେ ସୁଧ ଅସୁଲ କରାଯିବ ନାହିଁ ବୋଲି ଜଣାପଡିଛି । ଚାରିଆଡୁ ଦାବି ହେବା ପରେ ଏବଂ କମିଟି ସୁପାରିଶ କରିବା ପରେ ଶେଷରେ ସୁଧ ଉପରେ ସୁଧ ନନେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.