Latest Odisha News

ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ

ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ ଗମନାଗମନ ଆବଶ୍ୟକତାକୁ ଉଲ୍ଲେଖନୀୟ ଭାବେ ସହଜ କରିବ ଏବଂ ଅନେକଙ୍କ ପାଇଁ ଏହା ପରିବହନର ସବୁଠୁ ପସନ୍ଦର ମାଧ୍ୟମରେ ପରିଣତ ହୋଇଛି ।

ଓଡ଼ିଶାର ରାଜଧାନୀ ଅଞ୍ଚଳ ଲୋକମାନଙ୍କ ଗମନାଗମନ ଜୀବନରେଖାରେ ପରିଣତ ହେବା ପରେ, ଲୋକମାନଙ୍କ ବିପୁଳ ସମର୍ଥନ କରିବା ସହିତ ଭଲ ପାଇବା ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ରାଉରକେଲାକୁ ମୋ ବସର ସମ୍ପ୍ରସାରଣ କରାଯାଇଛି । ୨୦୨୩ ଜାନୁଆରି ୫ ତାରିଖରେ ୨୫ଟି ଅଣ-ଏସି ବସ୍ ଏବଂ ୫ଟି ଏସି ବସ୍‌କୁ ନେଇ ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ କରାଯାଇଛି ଏବଂ ଆସନ୍ତା ମାସ ଗୁଡ଼ିକରେ ମୋଟ ବସ୍ ସଂଖ୍ୟାକୁ ୧୦୦ ପର୍ଯ୍ୟନ୍ତ ବୃଦ୍ଧି କରିବାର ଯୋଜନା ରହିଛି ।

କେଉଁ ରୁଟରେ କେଉଁ ବସ୍ ?

ରୁଟ୍‌-୧୦୦: ରାଉରକେଲା ନୂଆ ବସ୍ ଷ୍ଟାଣ୍ଡ୍‌-ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ (ଭାୟା- ରିଙ୍ଗ୍ ରୋଡ୍‌, ଆଇଜିଏଚ୍‌, ସେକ୍ଟର, ବିପିୟୁଟି)
ରୁଟ୍‌-୧୦୧: ରାଉରକେଲା ନୂଆ ବସ୍ ଷ୍ଟାଣ୍ଡ୍‌-ବିମାନବନ୍ଦର (ଭାୟା-ଉଦିତ ନଗର, ହନୁମାନ ବାଟିକା ଛକ, ଛେଣ୍ଡ୍‌)
ରୁଟ୍‌-୧୦୨: ବେଦବ୍ୟାସ-ଝିରପାନି (ଭାୟା-ପାନପୋଷ, ଛେଣ୍ଡ୍ ଛକ, କୋଏଲ୍ ନଗର)
ରୁଟ୍‌-୧୦୩: ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ପାନପୋଷ (ଭାୟା-ଉଦିତନଗର, ହନୁମାନ ବାଟିକା ଛକ, ଛେଣ୍ଡ୍‌)
ରୁଟ୍‌-୧୦୪: ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ଝିରପାନି (ଭାୟା-ସେକ୍ଟର-୨, ଏନ୍‌ଆଇଟି, ଜଗ୍‌ଦା ଛକ)
ରୁଟ୍‌-୧୦୫: ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ରାଜଗାଙ୍ଗପୁର (ଭାୟା-ଏନ୍‌ଏଚ୍‌)
ରୁଟ୍‌-୧୦୬: ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ବୀରମିତ୍ରପୁର (ଭାୟା- ରିଙ୍ଗ୍ ରୋଡ୍‌, ଏନ୍‌ଏଚ୍‌)
ରୁଟ୍‌-୧୦୭: ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ୍‌-ବିସ୍ରା (ଭାୟା-ବଣ୍ଡମୁଣ୍ଡା)

“ରାଉରକେଲାରେ ମୋ ବସ୍ ସେବା ଏହାର ବାସିନ୍ଦା ଏବଂ ପର୍ଯ୍ୟଟକମାନଙ୍କୁ ସୁବିଧାଜନକ ଓ ପ୍ରଭାବଶାଳୀ ପରିବହନ ବିକଳ୍ପ ପ୍ରଦାନ କରିବ । ସହର ଏବଂ ଏହାର ଆଖପାଖ ଅଂଚଳର ବିଭିନ୍ନ ଅଂଶ ଦେଇ ଯାଉଥବା ବିବିଧ ମାର୍ଗରେ ଏହା ଯାଉଥିବାରୁ ଲୋକମାନେ ସହର ଏବଂ ଏହାର ଆଖପାଖ ଅଂଚଳରେ ନିରବଚ୍ଛିନ୍ନ ଭାବେ ଯାତାୟାତ କରିପାରିବେ । ରାଉରକେଲାକୁ ଏହି ସେବାର ସମ୍ପ୍ରସାରଣ ସ୍ଥାନୀୟ ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।’’

“ଏହା ଅତ୍ୟନ୍ତ ଉତ୍ସାହଜନକ ଯେ କ୍ରୁଟ୍ ଆଗକୁ ବଢ଼ିଛି ଏବଂ ଓଡ଼ିଶାର ଲୋକମାନଙ୍କ ଏତେ ଭଲ ପାଇବା ହାସଲ କରିଛି ତଥା ଖୁବ୍ କମ୍ ସମୟରେ ଏହା ନିଜର ସେବା ଓ ଫ୍ଲିଟ୍ ସମ୍ପ୍ରସାରଣ କରିଛି । ଏବେ ଆମେ ରାଉରକେଲାକୁ ଆମ ସେବାର ସମ୍ପ୍ରସାରଣ କରିଛୁ ଏବଂ ଆଗାମୀ ବର୍ଷଗୁଡ଼ିକରେ ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ କରିବାକୁ ଆମେ ଉଦ୍ୟମ କରିବୁ । କ୍ରୁଟ୍ ସର୍ବଦା ଏହାର ଯାତ୍ରୀଙ୍କୁ ଅଗ୍ରାଧିକାର ଦେଉଛି । ଏଥର ମଧ୍ୟ ଆମେ ରାଉରକେଲା ଏବଂ ଏହାର ଆଖପାଖ ଅଂଚଳରେ ସମାନ ବିଶ୍ୱାସ ଏବଂ ଶ୍ରେଷ୍ଠ ସେବା ସହ ଆପଣମାନଙ୍କୁ ସେବା ପ୍ରଦାନ କରିବୁ ବୋଲି କ୍ରୁଟ୍‌ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର କହିଛନ୍ତି ।’’

Leave A Reply

Your email address will not be published.