Latest Odisha News

ଲୋକମହୋତ୍ସବ ଚଇତିର ଉଦଯାପନୀ ଦିବସରେ ଯୋଗ ଦେଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା

ରାୟଗଡା: ସରିଲା ରାୟଗଡା ଜିଲ୍ଲାର ଲୋକମହୋତ୍ସବ ‘ଚଇତି’ । ଚଳିତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଲୋକମହୋତ୍ସବ ଚଇତିର ଗତକାଲି ଥିଲା ଅନ୍ତିମ ତଥା ଉଦଯାପନୀ ଦିବସ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା, ଆଦିବାସୀ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଅନ୍ୟାନ୍ୟ ବିଶିଷ୍ଠ ବ୍ୟକ୍ତି ଗଣ । ଉଦଯାପନୀ ଦିବସରେ ଯୋଗ ଦେଇ ରାୟଗଡା ଭଳି ଆଦିବାସୀ ଅଧୁଷିତ ଜିଲ୍ଲାରେ ଲୁକାୟିତ ଆଦିବାସୀ ସଂସ୍କୃତି କୁ ଲୋକଲୋଚନକୁ ଆଣିବାର ଏହି ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ ଅତିଥୀ ଗଣ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଏବଂ ଆଦିବାସୀ ମାନଙ୍କ ନୃତ୍ୟ ଏବଂ ଗୀତ ପରିବେଷଣ କରାଯାଇଥିଲା । ସାଂସ୍କୃତିକ ନୃତ୍ୟର ତାଳେ ତାଳେ ଝୁମିଛନ୍ତି ପୁରା ରାୟଗଡା ବାସୀ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ନୃତ୍ୟ, ଗୀତ ଲୋକଙ୍କ ମନକୁ ମୋହିଥିଲା । ସେପଟେ କାର୍ଯ୍ୟକ୍ରମରେ ଯୋଗ ଦେଇ ରାୟଗଡା ଜିଲ୍ଲାରେ ଅଟକି ରହିଥିବା ସମସ୍ତ ଯୋଜନା ଖୁବ ଶୀଘ୍ର କାର୍ଯ୍ୟକାରିତା କରାଯିବ ବୋଲି କହିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଗତ ପାଞ୍ଚ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଜିଲ୍ଲାପାଳ ସଂଘମିତ୍ରା ଏବଂ ବସନ୍ତ ପ୍ରଧାନ ପରିଚାଳନା କରିଥିବା ବେଳେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଅଧକ୍ଷତା କରିଥିଲେ ।

Leave A Reply

Your email address will not be published.