Latest Odisha News

BREAKING NEWS

ଚଳିତ ବର୍ଷର ‘ଶେଷ ମନ୍ କି ବାତ୍’, ନୂତନ ବର୍ଷର ଶୁଭେଚ୍ଛା ଜଳେଇଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ । ଦେଶବାସୀଙ୍କୁ ୨୦୨୪ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ନୂଆବର୍ଷରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ପିଏମ ମୋଦି କହିଛନ୍ତି ଯେ, ମୋ ପରିବାରର ଲୋକଙ୍କୁ ଭେଟିବା ପରେ ମୁଁ ଯେପରି ଅନୁଭବ କରେ, ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହ କଥା ହେବା ପରେ ମୁଁ ସମାନ ଅନୁଭବ କରୁଛି ।

ମୋଦି କହିଛନ୍ତି ଯେ, ଚଳିତ ବର୍ଷ ଆମ ଦେଶ ଅନେକ ବିଶେଷ ଉପଲବ୍ଧି ହାସଲ କରିଛି । ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ଶକ୍ତି । ଅନେକ ବର୍ଷର ପ୍ରତୀକ୍ଷା ପରେ ଏ ବର୍ଷ ନାରୀ ଶକ୍ତି ବନ୍ଦନ ଅଧିନିୟମ (ଆଇନ୍‌) ଗୃହୀତ ହୋଇଛି । ଭାରତ ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିଥିବାରୁ ଅନେକ ଲୋକ ନିଜ ପତ୍ର ମାଧ୍ୟମରେ ଖୁସି ପ୍ରକାଶ କରିଛନ୍ତି । ଅନେକ ଲୋକ ମୋତେ ଜି-୨୦ ସମ୍ମିଳନୀର ସଫଳତା କଥା ମନେପକାଇଛନ୍ତି ।

ଆଜି ଭାରତର କୋଣ ଅନୁକୋଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ବିକଶିତ ଭାରତର ଭାବନାରେ ଏବଂ ଆତ୍ମନିର୍ଭରତାର ଭାବନାରେ ଭରପୂର । ୨୦୨୪ରେ ମଧ୍ୟ ଏହି ଭାବନା ଓ ଗତିଶୀଳତାକୁ ଆମକୁ ବଜାୟ ରଖିବାକୁ ହେବ । ଦିପାବଳୀରେ ହୋଇଥିବା ରେକର୍ଡ଼ ବ୍ୟବସାୟ ଏହା ପ୍ରମାଣିତ କରିଦେଇଛି ଯେ, ପ୍ରତ୍ୟେକ ଭାରତୀୟ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜି ଆମର ମିଳିତ ଯାତ୍ରାର ୧୦୮ ତମ ପର୍ଯ୍ୟାୟ । ସଂଖ୍ୟା ୧୦୮ର ମହତ୍ତ୍ୱ ଏବଂ ଏହାର ପବିତ୍ରତା ଏଠାରେ ଗଭୀର ଅଧ୍ୟୟନର ବିଷୟ । ୧୦୮ଥର ଜପ, ୧୦୮ ଇଶ୍ୱରୀୟ କ୍ଷେତ୍ର, ମନ୍ଦିରରେ ୧୦୮ ସିଡ଼ି, ୧୦୮ ଘଣ୍ଟି … ଏହି ସଂଖ୍ୟା ଅର୍ଥାତ୍ ୧୦୮ଅସୀମ ବିଶ୍ୱାସ ସହିତ ଜଡିତ । ସେଥିପାଇଁ ମନ କି ବାତର ୧୦୮ ତମ ସଂସ୍କରଣ ମୋ ପାଇଁ ଅଧିକ ସ୍ୱତନ୍ତ୍ର ହୋଇପାରିଛି । ଏହି ୧୦୮ଟି ଏପିସୋଡରେ ଆମେ ଜନସାଧାରଣଙ୍କ ଅଂଶଗ୍ରହଣର ଅନେକ ଉଦାହରଣ ଆଜି ନେଇ ଆସିଛୁ ।

 

Leave A Reply

Your email address will not be published.