Latest Odisha News

BREAKING NEWS

ପାକିସ୍ତାନ ବିବାହ ଉତ୍ସବରେ ଛେୟାଁ ଛେୟାଁ ଗୀତରେ ନାଚିଲେ ଯୁବକ

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ବିବାହ ଉତ୍ସବରେ ବଲିଉଡର ଲୋକପ୍ରିୟ ଗୀତ ଛେୟାଁ ଛେୟାଁରେ ଲୋକେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । କିଛି ଯୁବକ ଡ୍ୟାନ୍ସ କରୁଥିବା ନଜରକୁ ଆସିଛନ୍ତି । ଯାହା ଦେଖିଲେ  ପ୍ରଶଂସା କରି ରହି ପାରିବେ ନାହିଁ ।

ଖୋଲା ଆକାଶ ତଳେ ଏକ ସଜାଯାଇଥିବା ମଞ୍ଚରେ ଏହି ଡ୍ୟାନ୍ସ ପ୍ରଦର୍ଶିତ ହୋଇଛି । ଯୁବକମାନେ  କଳା ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି । ଆଉ ବଲିଉଡର ଲୋକପ୍ରିୟ ଗୀତ ଛେୟାଁ ଛେୟାଁରେ ଏକାଠି ହୋଇ ଡ୍ୟାନ୍ସ କରୁଛନ୍ତି । ତେବେ ସମସ୍ତ ଯୁବକ ସୁନ୍ଦର ଭାବରେ ଡ୍ୟାନ୍ସ କରିଛନ୍ତି । ହେଲେ ସାମ୍ନାରେ ଠିଆ ହୋଇ ଡ୍ୟାନ୍ସ କରୁଥିବା ଯୁବକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  ।

 

View this post on Instagram

 

A post shared by Salman ameen (@weddingsbysalman)

ଫେବୃଆରୀ ୧୦ରେ ଏହି ଭିଡିଓ ପୋଷ୍ଟ କରାଯାଇଥିଲା । ଇତି ମଧ୍ୟରେ ଏହି ଭିଡିଓକୁ ୭.୬ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ଆଉ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି,‘‘ ସାମ୍ନାରେ ଠିଆ ହୋଇ ଡ୍ୟାନ୍ସ କରୁଥିବା ଯୁବଙ୍କ ପରିଚୟ କହିବା ଉଚିତ,  ଯିଏ ସମସ୍ତଙ୍କ ଧ୍ୟାନ ଚୋରୀ କରୁଛି ।’’ ଆଉ ଜଣେ ୟୁଜର୍ସ ଲେଖିଛନ୍ତି,‘‘ସେ ଏତେ  ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି ଅନ୍ୟମାନଙ୍କୁ ଦେଖିପାରୁ ନାହିଁ ।  ଏହା ଆତ୍ମବିଶ୍ୱାସକୁ ପ୍ରମାଣିତ କରୁଛି ସଠିକ୍ ମନୋଭାବ ହେଉଛି ସବୁକିଛି ।’’

ସୂଚନାଯୋଗ୍ୟ, ୧୯୯୮ ମସିହାରେ ଏହି ବଲିଉଡ୍ ଗୀତ ମୁକ୍ତିଲାଭ କରିଥିଲା । ବିଶିଷ୍ଟ ସଙ୍ଗୀତଜ୍ଞ ଏ ଆାର ରହମାନ ସଙ୍ଗୀତ ରଚନା କରିଥିଲେ । କିଙ୍ଗ ଖାନ୍ ଶାହାରୁଖ ଖାନ୍ ଓ ମଲାଇକା ଆରୋରା ଏହି ଗୀତରେ ଡ୍ୟାନ୍ସ କରିଥିଲେ ।  ଏହି ଗୀତକୁ ସୁଖବିନ୍ଦର ସିଂ ଓ ସପନା ଅବସ୍ଥି ଗାଇଥିଲେ ।

Leave A Reply

Your email address will not be published.