Latest Odisha News

BREAKING NEWS

ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ ଦେବ ଦାସ

ଭୁବନେଶ୍ୱର : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି, ମ୍ୟୁଜିକ ସିଜ୍‌ଲର୍ସ ଓ ଉପାସନା ପକ୍ଷରୁ ସ୍ଥାନୀୟ ବୁଦ୍ଧବିହାର ପରିସରରେ କଣ୍ଠଶିଳ୍ପୀ ଦେବ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି ।

ଏହି ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସୂଚନା କମିଶନର ଦିଲ୍ଲୀପ ବିଶୋଇ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କମଳାକାନ୍ତ ମହାନ୍ତି, ପ୍ରସନ୍ନ କୁମାର ସାହୁ, ଦିଲ୍ଲୀପ ହାଲି, ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତଃ ଦାସଙ୍କ ସ୍ମୃତିଚାରଣ କରିଥିଲେ ।

ମୁକେଶଙ୍କ ଗୀତ ଗାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ବର୍ଗତଃ ଦାସ,  ସଙ୍ଗୀତ ପ୍ରତି ଜଣେ ଉତ୍ସର୍ଗୀକୃତ ମଣିଷ ଥିଲେ । ସଙ୍ଗୀତ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ ।

କମଲ କିରନ, ଗୁଲ୍‌ଶନ ଓ ଜେନାମଣି ସଞ୍ଜୀବ କୁମାରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ଲୋଭା ବିଶ୍ୱାଳ, ଅବନୀକାନ୍ତ ଦାସ, ପ୍ରଯୋଜକ ଲୁଟୁ ମହାନ୍ତି, ସଂସ୍କୃତି ଓ ସଂସ୍କୃତିର ଉପ ସଭାପତି ରବି ବିଶ୍ୱାଳ, ସୀମା ମହାନ୍ତି, ଶ୍ୱେତା ମିଶ୍ର ତଥା ଦେବଙ୍କ ସୁପୁତ୍ର ସୁରଜ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତଃ ଦାସଙ୍କ ସ୍ମ୍ରୁତିଚାରଣ କରିଥିଲେ ।

 

Leave A Reply

Your email address will not be published.