Latest Odisha News

BREAKING NEWS

ଉତ୍ତରକାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨୫ ମୃତ

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଧାମିଙ୍କ ଗଭୀର ଦୁଃଖ ପ୍ରକାଶ

ଡେରାଡୁନ: ଚାରିଧାମ ଯାତ୍ରାରେ ବାହାରିଥିବା ଏକ ତୀର୍ଥଯାତ୍ରୀ ବସ  ଯମୁନେତ୍ରି  ଯାଉଥିବା ବେଳେ ବସ୍ ଗଭୀର ଖାତକୁ ଖସିପଡ଼ିବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ମଧ୍ୟପ୍ରଦେଶର  ୨୫ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା କୁହାଯାଉଛି ।  ଏହି ଦୁର୍ଘଟଣା ଯମୁନେତ୍ରୀ ହାଇଓ୍ବେର ଡାମଟା ନିକଟରେ ଘଟିଛି । ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାରଙ୍କ ସୂଚନା ଅନୁଯାୟୀ,  ପୁଲିସ ଏବଂ ଏସଡିଆରଏଫର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଆହତଙ୍କୁ ହସପିଟାଲ ପଠାଉଛନ୍ତି ।

ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଘଟଣାରେ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଧାମି ନିର୍ଦ୍ଦେଶ ଦେଇଛନ୍ତି। ବସ୍ ଟି  ହରିଦ୍ୱାରରୁ ଯାଉଥିବା ବେଳେ ୧୫୦ ଫୁଟ ତଳକୁ ଖସି ପଡିଥିବା କୁହାଯାଉଛି ।  ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ।

 ଦୁର୍ଘଟଣାରେ  ଆହତ ହୋଇଥିବା ଉଦୟ ସିଂ ଏବଂ ତାଙ୍କ ପତ୍ନୀ ହାକି ରାଜଙ୍କୁ ଉଦ୍ଧାର କରାଯାଇଛି। ହାକି ରାଜଙ୍କୁ ଦାମଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେ ଗୁରୁତର ଆହତ ହୋଇଛନ୍ତି । ଉଦୟ ସିଂଙ୍କର ସାମାନ୍ୟ ଆଘାତ ଲାଗିଛି। ତେବେ ବସ୍‌ରେ ୨୮ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି ।  ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ସାହାଯ୍ୟରେ ନିୟୋଜିତ ଅଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି । ସେପଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୈାହାନ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିବାକୁ ସେ ମଧ୍ୟ ଉତ୍ତରାଖଣ୍ଡ ବାହାରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.