Latest Odisha News

BREAKING NEWS

ଘରଟିଏ ପାଇଁ ବୁଲୁଥିଲେ, ଏବେ ମୁମ୍ବାଇରେ ସ୍ୱପ୍ନର ଘର କିଣିଲେ ଚାରୁ

ମୁମ୍ବାଇ: ଟିଭି ଅଭିନେତ୍ରୀ ଚାରୁ ଆସୋପା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଚାରୁ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହୈ\’ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରୁଥିଲେ । ଏବେ ସେ ନିଜ ପାଇଁ ମୁମ୍ବାଇରେ ଏକ ଘର କିଣିଛନ୍ତି ।

ଚାରୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବାପରେ ମୁମ୍ବାଇରେ ଘର ଖଣ୍ଡିଏ ପାଇଁ ସେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେ ତାଙ୍କ ଝିଅଙ୍କ ସହ ଏକା ରହୁଥିବାରୁ ମୁମ୍ବାଇରେ ଘର ଦେବାକୁ କୌଣସି ମାଲିକ ରାଜି ହେଉ ନ ଥିଲେ । ଯେଉଁଥିପାଇଁ ସେ ଅନେକ ଅସୁବିଧା ଭୋଗୁଥିଲେ । ଏବେ ସେ ମୁମ୍ବାଇରେ ଘରଟିଏ କିଣିଛନ୍ତି । ଏନେଇ ସେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଚାରୁ ତାଙ୍କ ପୁରୁଣା ଘରେ ନଜର ଆସିଛନ୍ତି, ଯେଉଁଠାରେ ସମସ୍ତ ସାମଗ୍ରୀ ପ୍ୟାକ୍ କରାଯାଉଛି । ଏହା ପରେ, ସେ ପୂରା ରୀତିନୀତି ସହିତ ନୂଆ ଘରେ ଝିଅ ଜିଆନାଙ୍କ ସହିତ ପୂଜା କରୁଛନ୍ତି । ଶେଷରେ ସେ ତାଙ୍କ ନୂଆ ଘର ବୁଲି ବୁଲି ଦେଖାଉଛନ୍ତି ।

୨୦୧୯ ମସିହାରେ ଚାରୁ ରାଜୀବ ସେନଙ୍କୁ ବିବାହ କରିଥିଲେ । ବିବାହର କିଛି ମାସ ପରେ କୌଣସି କାରଣକୁ ନେଇ ମତାନ୍ତର ଲାଗି ରହୁଥିଲା । ପରେ ଉଭୟେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।

Leave A Reply

Your email address will not be published.