Latest Odisha News

BREAKING NEWS

ଡୋପ ଟେଷ୍ଟରେ ଧରାପଡି ସାମୟିକ ବାସନ୍ଦ ହେଲେ ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି

ଲଣ୍ଡନ: ଦି ଇଂଟରନ୍ୟାଶନାଲ ଟେନିସ ଇଂଟିଗ୍ରିଟି ଏଜେନ୍ସି (ଆଇଟା) ବିଶ୍ୱର ପୂର୍ବତନ ମହିଳା ଏକ ନମ୍ବର ଖେଳାଳି ସାଇମନ ହାଲେପଙ୍କୁ ସାମୟିକ ଭାବେ ବାସନ୍ଦ କରିଛି । ରୋମାନିଆର ଏହି ୩୧ ବର୍ଷୀୟା ଖେଳାଳିଜଣଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୟୁଏସ ଓପନ ଅବସରରେ ତାଙ୍କଠାରୁ ସାମ୍ପୁଲ ନିଆଯାଇଥିଲା । ଉଭୟ ଏ ଏବଂ ବି ସାମ୍ପୁଲରେ ନିଷିଦ୍ଧ ଡ୍ରଗ୍ସ ଏଫଜି-୪୫୯୨(ରୋକ୍ସାଡୁଷ୍ଟାଟ)ର ମାତ୍ରା ରହିଥିଲା । ଏହା ମୋ ଜୀବନର ବୋଧ ହୁଏ ସବୁଠାରୁ ଦୁଃଖଦ କ୍ଷଣ ବୋଲି ହାଲେପ କହିଛନ୍ତି । ମୋ ଜୀବନରେ ଠକିବା ପାଇଁ କେବେ ହେଲେ ଉଦ୍ୟମ କରିନି ।

୬ ବର୍ଷରୁ ମୁଁ ଟେନିସ ନିଷ୍ଠାର ସହ ଖେଳି ଆସୁଛି । ମୁଁ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି ବୋଲି ହାଲେପ କହିଛନ୍ତି । ତେବେ ତାଙ୍କ ଶରୀରରୁ କିପରି ଏହି ମାତ୍ରା ମିଳିଲା ସେ ସମ୍ପକରେ କିଛି କହିପାରି ନ ଥିଲେ । ସେ ଦୁଇ ଥର ମହିଳା ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି ।

Leave A Reply

Your email address will not be published.