Latest Odisha News

BREAKING NEWS

ଅରୁଣାଚଳ ପ୍ରଦେଶ ସୀମା ନିକଟରେ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ଚୀନ ସୀମା ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୨ ପାଇଲଟଙ୍କ ଶବ ମିଳିଛି । ଗୁରୁବାର ସକାଳ ୯ଟା୧୫ରୁ ଏୟାର ଟ୍ରାଫିକ କଂଟ୍ରୋଲ ସହ ଚିତା ହେଲିକପ୍ଟରର ସମ୍ପର୍କ ଚ୍ଛିନ୍ନ ହୋଇଥିଲା ବୋଲି ଗୁଆହାଟୀର ଜନସମ୍ପର୍କ ଅଧିକାରୀ ଲେଫ୍ଟନାଂଟ କର୍ଣ୍ଣଲ ମହେନ୍ଦ୍ର ରାୱତ କହିଛନ୍ତି । ସମ୍ପୃକ୍ତ ଅଂଚଳରେ ଏବେ ସର୍ଚ୍ଚ ଅପରେଶନ ଜାରୀ ରଖାଯାଇଛି । ଏହା ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ କେଉଁ କାରଣ ନେଇ ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ ଜୋରସୋରରେ ତଦନ୍ତ କରାଯାଉଛି ।

୧୨ଟା୩୦ରେ ସେଠାକାର ଗ୍ରାମବାସୀମାନେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ଦେଇଥିଲେ । ୨୦୨୨ରେ ତୱାଙ୍ଗ ନିକଟରେ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ହିମାଳୟ କ୍ଷେତ୍ରରେ ଭାରତର ସୁରକ୍ଷା ପାଇଁ ଚିତା ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ଫ୍ରାନ୍ସର ୨ଟି କମ୍ପାନୀ ଏହାକୁ ନିର୍ମାଣ କରୁଛନ୍ତି ।

Leave A Reply

Your email address will not be published.