Latest Odisha News

BREAKING NEWS

ଝାରଖଣ୍ଡର କାହାଣୀ, ଭୁବନେଶ୍ୱରରେ ସୁଟିଂ ‘ଜ୍ୱିଗାଟୋ’: ଆସନ୍ତାକାଲି ହେବ ରିଲିଜ

ଭୁବନେଶ୍ୱର: ରିଲିଜ ହେବାକୁ ଯାଉଛି ନନ୍ଦିତା ଦାସ ନିର୍ଦ୍ଦେଶିତ ଫିଲ୍ମ ଜ୍ୱିଗାଟୋ । ସାରା ଦେଶାରେ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୧୭ରେ ରିଲିଜ ହେବ  । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଆକ୍ଟର-କମେଡିଆନା କପିଲ ଶର୍ମା ଏବଂ ଶହାନା ଗୋସ୍ୱାମୀ । ରିଲିଜ ପୂର୍ବରୁ ଜ୍ୱିଗାଟୋ ବେଶ ଚର୍ଚ୍ଚାରେ  । ଇତି ମଧ୍ୟରେ ଏହାର ଟ୍ରେଲର ବି ରିଲିଜ ହୋଇସାରିଛି । ଟ୍ରେଲରକୁ ସିନେ ପ୍ରେମୀ ଖୁବ ପସନ୍ଦ ବି କରିଛନ୍ତି ।

ଝାରଖଣ୍ଡର ଏହି କାହାଣୀ ଭୁବନେଶ୍ୱରରେ ସୁଟିଂ କରାଯାଇଛି ।  ଫିଲ୍ମରେ କପିଲ ଶର୍ମା ଫୁଡ ଡେଲିଭରି ରାଇଡର ଭୂମିକା ନିଭାଇଛନ୍ତି । ପରିବାର ଚଳାଇବା ପାଇଁ ସେ ଜଣେ ଫ୍ଲୋର ମ୍ୟାନେଜରରୁ ସେ ପାଲଟି ଯାଇଛନ୍ତି ଡେଲିଭରି ବଏ । ଫୋନ ଆପରେ ସେ ନିଜ ବ୍ୟବସାୟ ଚଳାଉଛନ୍ତି । ଖାଲି ସେତିକି ନୁହେଁ ରେଟିଂ ପାଇଁ ଖୁବ ସଂଘର୍ଷ ମଧ୍ୟ କରୁଛନ୍ତି । ତାଙ୍କର ପତ୍ନୀ ମଧ୍ୟ ପରିବାର ଚଳାଇବା ପାଇଁ ସହାୟତାର ହାତ ବଢାଇଛନ୍ତି । ଘରେ ରହି ବିଭିନ୍ନ ସ୍ଥାନରେ କାମ କରୁଛନ୍ତି । ଏକ ସାଧାରଣ ପରିବାରର, ସାଧାରଣ ଲୋକଙ୍କ ନିତିଦିନିଆ ହସଖୁସିକୁ ନେଇ ଫିଲ୍ମଟି ତିଆରି ହୋଇଛି ।

ଫିଲ୍ମର ନିର୍ଦ୍ଦେଶିକା ନନ୍ଦିତା ଦାସ କହିଛନ୍ତି,  ବେରୋଜଗାରୀକୁ ନେଇ ଦୁଇ ବନ୍ଧୁଙ୍କ କଥାବାର୍ତ୍ତାରୁ ଆରମ୍ଭ ହୋଇଥିବା ଫିଲ୍ମ ଜ୍ୱଗାଟୋ ପ୍ରଥମେ ଏକ ସର୍ଟ ଫିଲ୍ମର ପରିକଳ୍ପନା ନେଇ ଆରମ୍ଭ ହୋଇଥିଲା । ପରେ ଏହା ସମ୍ପୂର୍ଣ୍ଣ ଫିଚର ଫିଲ୍ମ କରିବା ପାଇଁ ସମୀର ନାଏର ପରାମର୍ଶ ଦେଇଥିଲେ । ହେଲେ ଏହା ପ୍ରଥମେ ଏକ ଚାଲେଞ୍ଜ ଥିଲା । ଯାହା ବି ହେଉ, ପରବର୍ତ୍ତୀ ସମୟରେ ସବୁକିଛି ଠିକଠାକ ହୋଇଯାଇଥିଲା ।

ଏହି ଫିଲ୍ମରେ କପିଲ ଶର୍ମା, ଶାହନା ଗୋସ୍ୱାମୀଙ୍କ ସହ ଓଡ଼ିଶାର କିଛି ଅଭିନେତାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । କପିଲ ଶର୍ମା ମଧ୍ୟ ନିଜେ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ । ଜ୍ୱିଗାଟୋ ଟ୍ରେଲର ରିଲିଜ ହେବା ପରେ ତାଙ୍କ ପାଖରେ ଏବେ ଅନେକ ଅଫର ଥିବା ସେ କହିଛନ୍ତି । ଏଥିରେ ତାଙ୍କୁ ସିରିୟସ ରୋଲରେ ଅଭିନୟ୍ କରିବା ପାଇଁ ଅଫର ଆସିଥିଲା । ତେବେ ସେ କେବଳ ଟଙ୍କା ରୋଜଗାର କରିବା ପାଇଁ ନୁହେଁ ଲୋକଙ୍କ ହୃଦୟ ଜିତିବା ପାଇଁ ଫିଲ୍ମ କରିବି ବୋଲି କହିଥିଲେ ।

Leave A Reply

Your email address will not be published.