Latest Odisha News

BREAKING NEWS

ଚେନ୍ନାଇ ସୁପର କିଙ୍ଗସ୍ ଖେଳାଳିଙ୍କୁ କରୋନା

ଦୁବାଇ: ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୨ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଇପିଏଲର ୧୩ ତମ ସଂସ୍କରଣ ପାଇଁ ସମସ୍ତ ଟିମ୍ ସଦସ୍ୟ ଦୁବାଇରେ ଅଛନ୍ତି । ଲୋକପ୍ରିୟ ଟି-୨୦ ଲିଗ୍ ୟୁଏଏଇ-ଦୁବାଇ, ଶରଜାହା ଓ ଆବୁ ଧାବି ଭଳି ୩ଟି କେନ୍ଦ୍ରରେ ଖେଳାଯିବ ।

ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ମଧ୍ୟରେ ଆଇପିଏଲ ଅନୁଷ୍ଠିତ ହେବାକୁ ଯାଉଛି ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଟିମ୍ ଖେଳାଳି ଓ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେମାନେ ଆଗାମୀ ୧୨ ଦିନ ଯାଏଁ ଆଇସୋଲେସନରେ ରହିବେ ।

ଅଧିକ ପଢନ୍ତୁ- ଆଇପିଏଲରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ

ସୂଚନାନୁଯାୟୀ ୟୁଏଇରେ ସମସ୍ତ ଖେଳାଳିଙ୍କ ପାଇଁ ୬ ଦିନିଆ କ୍ୱାରେଣ୍ଟାଇନ୍ ସମୟ ରଖାଯାଇଛି । ହେଲେ ଏବେ ଚେନ୍ନାଇ ସୁପର କିଙ୍ଗସକୁ ଛାଡି ବାକି ଟିମ୍ ଅଭ୍ୟାସ କରିବେ ବୋଲି ସୁତ୍ରରୁ ପ୍ରକାଶ ।

ଅଧିକ ପଢନ୍ତୁ- ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ଉଦୟୀମାନ କ୍ରିକେଟର୍ !

 

Leave A Reply

Your email address will not be published.