Latest Odisha News

BREAKING NEWS

ସ୍ମାର୍ଟ ହେବ ଛତ୍ର ବଜାର

କଟକ: ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । ମାଲଗୋଦାମ ପାଖରେ ତିଆରି ହେବାକୁ ଯାଉଛି ନୂଆ ଛତ୍ରବଜାର । ଏଥିଲାଗି କଟକ ମହାନଗର ନିଗମ ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ।

ଆଗଭଳି ଅଳିଆ ଆବର୍ଜନା, କାଦୁଅ ପଚପଚ ଓ ପୁତି ଗନ୍ଧମୟ ଜନଗହଳି ପୂର୍ଣ୍ଣ ରହିବ ନାହିଁ ଛତ୍ରବଜାର । ଏହି ବିରାଟ ପରିବା ମାର୍କେଟ ନବୀକରଣ ଦ୍ୱାରା ଛତ୍ରବଜାରକୁ ସ୍ମାର୍ଟ ଅର୍ବାନ ପରିବା ହାଟ କରିବା ଲାଗି କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ ହୋଇଛି ।

ମାଷ୍ଟରପ୍ଲାନ୍ ଅତ୍ୟାଧୁନକ ପରିବା ହାଟରେ ସମସ୍ତ ବେପାରୀଙ୍କ ପାଇଁ ଗୋଟିଏ ଗୋଟିଏ ସେଡ୍ ଓ ପିଣ୍ଡି କରାଯିବ । ତା ସହିତ ହାଟ ଭିତରେ ଡେକୋରେଟିଭ ପ୍ଲାଣ୍ଟ ଲଗାଯିବ । ଆଉ ପ୍ରତ୍ୟେକ ସେଡ୍ ମଝିରେ କଂକ୍ରିଟ ରାସ୍ତା ମଧ୍ୟ ରହିବ । କେବଳ ଏତିକି ନୁହେଁ ଗ୍ରାହକ ଓ ବେପାରୀଙ୍କ ପାଇଁ ପାର୍କିଂ ପ୍ଲେସର ସୁବିଧା ମଧ୍ୟ କରାଯିବ ।

Leave A Reply

Your email address will not be published.