Latest Odisha News

BREAKING NEWS

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ ଏପରି କଥା

ଭୁବନେଶ୍ୱର: ରାଜ୍ୟରେ ବିଧିବଦ୍ଧ ଭାବରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ସାମଗ୍ରିକ ଭାବରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଅବସରରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସ୍‌ବାର୍ତ୍ତା ଦେଇଛନ୍ତି।

ଏହି ଅବସରେ ସେ ଗଣମାଧ୍ୟମ ସମ୍ମୁଖରେ ନର୍ବାଚନର ସାମଗ୍ରୀର ପ୍ରସ୍ତୁତି, ନାମାଙ୍କନ ପ୍ରକ୍ରିୟା ଓ ତାରିଖ, ନିର୍ବାଚନ ତାରିଖ ଓ ସମୟ, ସୁରକ୍ଷା ବ୍ୟବସ୍ଥା, ଜବତ ହୋଇଥିବା ସାମଗ୍ରୀର ଆର୍ଥିକ ମୂଲ୍ୟ, ଭୋଟର ତାଲିକା, ମହିଳା ଭୋଟର, ଭିନ୍ନକ୍ଷମ ଭୋଟରମାନଙ୍କ ପାଇଁ ପ୍ରତିଟି ବୁଥ୍‌ରେ କରାଯାଉଥିବା ଆନୁଷଙ୍ଗିକ ବ୍ୟବସ୍ଥା ଓ ତା’ର କ୍ରିୟାନ୍ୱୟନ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଉତ୍‌ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଧଳ ପ୍ରଚଣ୍ଡ ରୌଦ୍ରତାପରେ ହତାହତଶୂନ୍ୟ ଓ ତ୍ରୁଟିଶୂନ୍ୟ ନିର୍ବାଚନ ହିଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୂଳଲକ୍ଷ୍ୟ ବୋଲି ମତପ୍ରକାଶ କରିଥିଲେ । ମଇ ୨୮ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, ଲୋକସଭା ଆସନ ସହିତ ୨୮ଟି ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ ।

Leave A Reply

Your email address will not be published.