Latest Odisha News

BREAKING NEWS

ଚୟନ କମିଟି ମୂଖ୍ୟ, କୋଚଙ୍କ ସହ ଦଳ ଚୟନ ନେଇ କୌଣସି ବୈଠକ ହୋଇନି: ରୋହିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଚୟନ କମିଟି ମୂଖ୍ୟ ଓ କୋଚଙ୍କ ସହ ଟି୨୦ ବିଶ୍ୱକପ ଟିମ ଚୟନ ନେଇ କୌଣସି ବୈଠକ ହୋଇନି ବୋଲି ସ୍ପଷ୍ଟ କରିଛନ୍ତି । ଯାହା କି କିଛି ଖବର ପ୍ରକାଶ ପାଉଛି ତାହା ସମ୍ପୂର୍ଣ୍ଣ ଭିତିହୀନ । ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ସହ ଏକ ସାକ୍ଷାତକାର ଅବସରରେ ସେ ଏହି ଖୁଲାସା କରିଛନ୍ତି । ଅଜିତ ଅଗରକର ଦୁବାଇରେ ଗଲ୍ଫ ଖେଳୁଥିବେ । ରାହୁଲ ଡ୍ରାଭିଡ ବେଙ୍ଗାଲୁରରେ ପିଲାମାନଙ୍କ ବ୍ୟାଟିଂ ସୁଧାରୁଛନ୍ତି । ମୁଁ ମୁମ୍ବାଇରେ ଅଛି । ଆମେ ଏକତ୍ର ହୋଇନୁ କିମ୍ବା କୌଣସି ବୈଠକ କିମ୍ବା ଆଲୋଚନା ଏ ସମ୍ପର୍କରେ ହୋଇନି । ଏହି ଅବସରରେ ଇମ୍ପାକ୍ଟ ପ୍ଲେୟାର ନିୟମ ତାଙ୍କ ପସନ୍ଦ ନୁହେଁ ବୋଲି କହିଥିଲେ ।

ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ଓ ଦୀନେଶ କାର୍ତିକଙ୍କ ବ୍ୟାଟିଂକୁ ସେ ପ୍ରଶଂସା କରିଛନ୍ତି । ରିଷଭ ପନ୍ତଙ୍କ ମଜାକିଆ ସ୍ୱଭାବ ତାଙ୍କୁ ଭଲ ଲାଗେ ବୋଲି କହିଛନ୍ତି । ସେ ଟିମରେ ନ ଥିଲେ ପରିବେଶ ଗମ୍ଭୀର ହୋଇ ଯାଇଥାଏ । ମୁଁ ତାଙ୍କ ପିଲାବେଳୁ ଦେଖୁଛି ସେ ବହୁତ ମଜାକିଆ ବୋଲି ରୋହିତ କହିଛନ୍ତି । ମେ ୧ ସୁଦ୍ଧା ଆଇସିସି ନିକଟକୁ ଖେଳାଳିଙ୍କ ତାଲିକା ପଠାଇବାକୁ ପଡିବ । ଖୁବ ଶୀଘ୍ର ଭାରତୀୟ ଦଳ ଚୟନ କରାଯିବ ବୋଲି ରୋହିତ କହିଛନ୍ତି ।

Leave A Reply

Your email address will not be published.